Below header

ପ୍ରିୟଙ୍କାଙ୍କ ବୋଲଡ ଡ୍ରେସ ଉପରେ ମା’ ମଧୁ ଚୋପ୍ରା ଦେଲେ ଏପରି ବୟାନ

ନିକଟରେ ଲସ ଆଞ୍ଜେଲସରେ ଅନୁଷ୍ଠିତ ହୋଇଥିବା ‘ଗ୍ରାମୀ ଆୱାର୍ଡ’ ସମାରୋହରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଡ୍ରେସକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଥିଲା । ଏହି ସମାରୋହରେ ପ୍ରିୟଙ୍କା ସ୍ୱାମୀ ନିକଙ୍କ ସହ ଏକ ଧଳା ରଙ୍ଗର ଗାଉନ ପିନ୍ଧି ଯାଇଥିଲେ । ପ୍ରିୟଙ୍କାଙ୍କ ଏହି ଡ୍ରେସର ଫଟୋ ସୋସିଆଲ ମିଡ଼ିଆ ଗୁଡିକରେ ଭାଇରଲ ହେବା କ୍ଷଣି ବିଭିନ୍ନ ମହଲର ୟୁଜର ମାନେ ତାଙ୍କୁ ଟ୍ରଲ କରିବା ଆରମ୍ଭ କରିଦେଇଥିଲେ । ଟ୍ରୋଲିଙ୍ଗକୁ ନେଇ ପ୍ରିୟଙ୍କା ୟୁଜର ମାନଙ୍କୁ କଡା ଜବାବ ଦେବା ପରେ ଏବେ ତାଙ୍କ ମା’ ମଧୁ ଚୋପ୍ରା ବି ନିଜ ମୁହଁ ଖୋଲିଛନ୍ତି ।

madhu chopra

ମଧୁଙ୍କ ଅନୁଯାୟୀ ଟ୍ରଲର ମାନେ ହେଉଛନ୍ତି ଅଜଣା ଲୋକ ଯେଉଁ ମାନେ ସାଧାରଣତଃ ନିଜ କମ୍ପ୍ୟୁଟର ଓ ଲାପଟପରେ ଦିନର ଅଧିକ ସମୟ କାଟିଥାନ୍ତି । ପ୍ରକୃତରେ ଏହା ହେଉଛି ପ୍ରିୟଙ୍କାର ବିଜୟ । ତାଙ୍କର ଏପରି କାମରେ ତ କାହାର କୌଣସି କ୍ଷତି ହେଉନାହିଁ । ଏହା ତାର ନିଜ ଶରୀର । ସେ ଏଥିରେ ଯାହା ଚାହିଁବ କରିପାରିବ । ସୂଚନା ଦେବା ଯୋଗ୍ୟ ଯେ ଏହା ପୂର୍ବରୁ ପ୍ରିୟଙ୍କା ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ସମାଲୋଚକ ମାନଙ୍କୁ କଡା ଜବାବ ଦେଇଥିଲେ । ସେ ଏହା ବି ଲେଖିଥିଲେ କି ଆପଣ ଯାହାକୁ ଭଲ ପାଉଛନ୍ତି ତାକୁ ହୃଦୟର ସହ ଭଲପାନ୍ତୁ । ନିଜେ ମଧ୍ୟ ଯେମିତି ଜୀବନ ବଂଚିବାକୁ ଚାହୁଁଛନ୍ତି ଠିକ ସେହିପରି ହିଁ ବଞ୍ଚନ୍ତୁ ।

madhu chopra

ସମସ୍ତଙ୍କର ନିଜ ଜୀବନ ନିଜ ହିସାବରେ ବଂଚିବାର ପୁରା ସ୍ୱାଧୀନତା ଅଛି | ମତେ ଆପଣ ମାନେ ଖୁବ ଭଲ ପାଇବା ଦେଇଥିବାରୁ ମୁଁ ଆପଣଙ୍କ ନିକଟରେ ଚିର କୃତଜ୍ଞ ରହିବି । ଟ୍ରୋଲ୍‌ର ମାନଙ୍କୁ ପ୍ରିୟଙ୍କା ଏହା ବି କହିଛନ୍ତି କି ଏହି ଜୀବନ ଖୁବ ଅମୁଲ୍ୟ ଅଟେ । ତେଣୁ ଆଖପାଖର ଲୋକଙ୍କ ପ୍ରତି ବିନମ୍ର ରହିବା ନିହାତି ଜରୁରୀ । ଅବଶ୍ୟ ଏମିତି ଘଟଣା ପ୍ରିୟଙ୍କା ପାଇଁ ନୂଆ ନୁହେଁ । ଏହା ପୂର୍ବରୁ ବି ନିଜ ଡ୍ରେସ ଓ ମେକଅପ ପାଇଁ ପ୍ରିୟଙ୍କାଙ୍କୁ ଟ୍ରୋଲ୍‌ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.