Below header

ବିରାଟ କୋହଲିଙ୍କୁ ଜିମରେ କମ୍ପିଟେସନ ଦେବାକୁ ଆସିଲେ ଉର୍ବଶୀ ରୌତେଲା, ଆଶ୍ଚର୍ଯ୍ୟ କରିଦେବ ଭିଡିଓ

ଭାରତୀୟ ଟିମର ଅଧିନାୟକ ବିରାଟ କୋହଲି ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । କେତେବେଳେ ଖେଳକୁ ନେଇ ତ କେତେବେଳେ ଭାଇରଲ ଭିଡିଓକୁ ନେଇ କିନ୍ତୁ ନିକଟରେ ବିରାଟଙ୍କର ଏକ ଏକ୍ସରସାଇଜ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ଏହି ଭିଡିଓରେ ତାଙ୍କର ଏକ୍ସରସାଇଜ ବହୁତ ୟୁନିକ ଯାହାକି ବଲିଉଡ ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ଏହାପରେ ବିରାଟ କୋହଲିଙ୍କ ଭଳି ଉର୍ବଶୀ ରୌତେଲା ମଧ୍ୟ ନିଜର ଏକ୍ସରସାଇଜ ଭିଡିଓ ବନାଇଛନ୍ତି । ବର୍ତ୍ତମାନ ଦୁଇ ଜଣଙ୍କର ଏହି ଫିଟନେସ ଭିଡିଓ ଇଣ୍ଟରନେଟରେ ଭାଇରଲ ହେବାରେ ଲାଗିଛି ।

 

View this post on Instagram

 

Putting in the work shouldn’t be a choice, it should be a requirement to get better. #keeppushingyourself

A post shared by Virat Kohli (@virat.kohli) on


ବିରାଟ କୋହଲି ଓ ଉର୍ବଶୀ ରୌତେଲା ନିଜର ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଭିଡିଓ ସେୟାର କରିବା ସହିତ ଦୁହେଁ ନିଜର ଫ୍ୟାନ୍ସ ମାନଙ୍କୁ ଫିଟନେସ ଟିପ୍ସ ମଧ୍ୟ ଦେଇଛନ୍ତି ଏବଂ କଠିନ ପରିଶ୍ରମ କରିବାକୁ ପ୍ରେରିତ କରିଛନ୍ତି । ତେବେ ଏହି ଦୁଇ ଜଣଙ୍କ ଭିଡିଓରେ ଦେଖିବାକୁ ମିଳିଛି ଯେ ସେମାନେ ଲମ୍ବା ଜମ୍ପ ମାରୁଛନ୍ତି । ତେବେ ଏହି ଦୁଇଜଣଙ୍କ ଦ୍ୱାରା କରାଯାଇଥିବା ଏକ୍ସରସାଇଜ ଏତେ ବି ସହଜ ନୁହେଁ । ଏହି ଦୁଇ ଷ୍ଟାର ଫିଟନେସ ପାଇଁ ଜିମରେ ବହୁତ କଠିନ ପରିଶ୍ରମ କରିଥାନ୍ତି ଏବଂ ତାଙ୍କର ଫ୍ୟାନ ମାନେ ଏହି ଭିଡିଓ ଉପରେ ନିଜ ନିଜର ପ୍ରତିକ୍ରିୟା ରଖୁଛନ୍ତି ।


ସୂଚନା ଅନୁଯାୟୀ ନିକଟରେ ଉର୍ବଶୀଙ୍କ ଗୀତ “ଏକ ଡାଇମଣ୍ଡ ଦା ହାର ଲେଦେ ୟାର” ରିଲିଜ ହୋଇଛି । ଏହି ଗୀତକୁ ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାଉଛି । ଏହା ପୂର୍ବରୁ ସେ ଚଳଚ୍ଚିତ୍ର ‘ପାଗଲପନ୍ତି’ରେ ଦେଖିବାକୁ ମିଳିଥିଲେ । ଏହି ଫିଲ୍ମରେ ତାଙ୍କ ସହିତ ପୁଲକିତ ସମ୍ରାଟ, ଅନିଲ କପୁର, ଇଲିଆନା ଓ ଜନ ଆବ୍ରହାମ ଆଦି ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.