ଇଣ୍ଟରନେଟରେ Coronavirus ସର୍ଚ୍ଚ କରିବା ପଡିପାରେ ମହଙ୍ଗା, ସାଇବର ସିକ୍ୟୁରିଟି ସହ ଗୁଗଲ ଜାରିକଲା ଆଲର୍ଟ

ଚୀନରେ ୧୭୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇସାରିଛି କୋରନା ଭାଇରସ, ବର୍ତ୍ତମାନ ଭର୍ଚୁଆଲ ଦୁନିଆରେ ମଧ୍ୟ ଆସିସାରିଛି । ଆମେ ଏପରି ଏଥିପାଇଁ କହୁଛୁ କାରଣ ଗୁଗଲରେ କୋରନା ଭାଇରସ ବିଷୟରେ ସର୍ଚ୍ଚ କରିବା ଆପଣଙ୍କୁ ମହଙ୍ଗା ପଡିପାରେ । ଆଣ୍ଟିଭାଇରସ ପ୍ରସ୍ତୁତ କରୁଥିବା ଏବଂ ସାଇବର ସିକ୍ୟୁରିଟି ଫର୍ମ Kaspersky Lab ଏହାକୁ ନେଇ ଏକ ଚେତାବନୀ ଜାରି କରିଛି । ତାହେଲେ ଆସନ୍ତୁ ଜାଣିବା ଗୁଗଲରେ କୋରନା ଭାଇରସ ବିଷୟରେ ସର୍ଚ୍ଚ କରିବା କାହିଁକି କ୍ଷତିକାରକ ?

Image result for coronavirus-searches-on-google"

ହ୍ୟାକିଂର ଶିକାର ହୋଇପାରନ୍ତି ଆପଣ

ବର୍ତ୍ତମାନ କୋରନା ଭାଇରସକୁ ନେଇ ସାରା ବିଶ୍ୱ ଆତଙ୍କିତ ହୋଇ ରହିଛି । ତେବେ ଏହି ଭାଇରସ ଯୋଗୁଁ ଲଗାତାର ହେଉଥିବା ମୃତ୍ୟୁ କାରଣରୁ ଲୋକମାନେ କୋରନା ଭାଇରସଠୁ ବଂଚିବାର ଉପାୟ ଇଣ୍ଟରନେଟରେ ଖୋଜିବାରେ ଲାଗିଛନ୍ତି । ଏହା ବ୍ୟତୀତ କୋରନା ଭାଇରସର ଲକ୍ଷଣକୁ ନେଇ ମଧ୍ୟ ଅନେକ ଲୋକ ସର୍ଚ୍ଚ କରୁଛନ୍ତି । ତେବେ ହ୍ୟାକର୍ସ ମାନେ ବର୍ତ୍ତମାନ ଏହାର ଫାଇଦା ଉଠାଇ ଲୋକମାନଙ୍କୁ ହ୍ୟାକ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ସାଇବର ସିକ୍ୟୁରିଟି ପକ୍ଷରୁ ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ଗୁଗଲରେ କୋରନା ଭାଇରସ ବିଷୟରେ ସର୍ଚ୍ଚ କରିବା ଆପଣଙ୍କ ପାଇଁ ବହୁତ ବିପଦପୂର୍ଣ୍ଣ ଅଟେ । କାରଣ ହ୍ୟାକର୍ସ ମାନେ କୋରନା ଭାଇରସଠୁ ବଞ୍ଚିବାର ଟିପ୍ସ ନାମରେ ଆପଣଙ୍କ ଫୋନ କିମ୍ବା କମ୍ପ୍ୟୁଟରରେ ସନ୍ଦିଗ୍ଧ ଫାଇଲ ଡାଉନଲୋଡ଼ କରିପାରନ୍ତି । ଯେଉଁ ଫାଇଲରେ ଭାଇରସ କିମ୍ବା ମାଲୱେୟାର ଲୁଚିକି ରହିଥାନ୍ତି ।

ଭିଡିଓରେ ଲୁଚି ରହିଛି ଏଭଳି ଭାଇରସ

ସାଇବର ଅପରାଧୀମାନେ ବର୍ତ୍ତମାନ କୋରନା ଭାଇରସର ଭରପୁର ଫାଇଦା ଉଠାଇବାରେ ଲାଗିଛନ୍ତି । ସୂଚନା ଅନୁଯାୟୀ ସାଇବର ଅପରାଧୀମାନେ କୋରନା ଭାଇରସଠୁ ବଞ୍ଚିବାର ଉପାୟକୁ ନେଇ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି ଯାହାକୁ ଲୋକମାନେ ଡାଉନଲୋଡ଼ ଓ ସେୟାର କରିବେ । ତେବେ ସତ୍ୟତା ହେଉଛି ଏହି ଭିଡିଓରେ କ୍ଷତିକାରକ ଟ୍ରୋଜନ ଭାଇରସ ଲୁଚି ରହିଛି । ତେବେ ସାଇବର ଆନାଲିଷ୍ଟ ଏହିଭଳି ୧୦ଟି ଭିଡିଓ ଚିହ୍ନଟ କରିଛନ୍ତି । ଏହି ଭାଇରସ ଆପଣଙ୍କ ଫୋନର ଡାଟା ଅତି ସହଜରେ ଚୋରି କରିପାରିବ ତାସହିତ ଆପଣଙ୍କ ଫୋନ କିମ୍ବା କମ୍ପ୍ୟୁଟରରେ ଥିବା ଡାଟାକୁ ଅତି ସହଜରେ ପରିବର୍ତ୍ତନ କରିପାରିବ ।

Image result for coronavirus-searches-on-google"

କିପରି ଜାଣିବେ ଭାଇରସ ଫାଇଲ

ସାଇବର ସିକ୍ୟୁରିଟି ଆଲର୍ଟ ଜାରି କରିବା ସହିତ ଏଥିରୁ ବଞ୍ଚିବାର ଉପାୟ ମଧ୍ୟ କହିଛି । ରିପୋର୍ଟ ଅନୁଯାୟୀ ଗୁଗଲରେ ଆପଣ କୋରନା ଭାଇରସ ବିଷୟରେ ସର୍ଚ୍ଚ କରିପାରନ୍ତି କିନ୍ତୁ କୌଣସି ଫାଇଲକୁ ଆଖିବୁଜି ଡାଉନଲୋଡ଼ କରନ୍ତୁ ନାହିଁ । ଯେକୌଣସି ଫାଇଲକୁ ଡାଉନଲୋଡ଼ କରିବା ପୂର୍ବରୁ ଲିଙ୍କର ଫାଇଲ ଏକ୍ସଟନସନକୁ ଭାଲାଭବେ ଦେଖନ୍ତୁ । ଯଦି କୌଣସି ଫାଇଲ କିମ୍ବା ଲିଙ୍କ .exe ବା .lnk ଅଛି ତାହେଲେ ଭୁଲରେ ବି ତାକୁ ଡାଉନଲୋଡ଼ କରନ୍ତୁ ନାହିଁ ।

ଗୁଗଲ ବି ଜାରିକଲା ଆଲର୍ଟ

Image result for coronavirus-searches-on-google"

ନିକଟରେ କୋରନା ଭାଇରସକୁ ନେଇ ଗୁଗଲ ମଧ୍ୟ ଆଲର୍ଟ ଜାରି କରିଛି । ଯାହାଦ୍ୱାରା ଲୋକମାନେ ଠକାମୀ କିମ୍ବା ଭାଇରସ ଲିଙ୍କ ଚକ୍କରରେ ନପଡନ୍ତି । ଏହି ଫିଚର ସାହାଯ୍ୟରେ କୋରନା ଭାଇରସ ସର୍ଚ୍ଚ କରିବା ଦ୍ୱାରା ଗୁଗଲ WHO ଭଳି ଅଧିକାରୀକ ସୋର୍ସରୁ ସୂଚନା ଦେଉଛି । ସେଥିପାଇଁ ଗୁଗଲ WHO ସହିତ ବୁଝାମଣା ମଧ୍ୟ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.