Below header

ଗୋଡ଼ରେ ଘୁଙ୍ଗୁର ବାନ୍ଧି ନିଜ ଡଗି ସହ ନାଚୁଥିବା ନଜର ଆସିଲେ ‘ଧକ ଧକ ଗାର୍ଲ’, ଇଣ୍ଟରନେଟରେ ଭାଇରଲ ହେଉଛି ଜବରଦସ୍ତ Video

ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଆଜିକାଲି ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଛନ୍ତି। ନିକଟରେ ସେ ଏକ ଭିଡ଼ିଓ ପୋଷ୍ଟ କରି ବେଶ ଚର୍ଚ୍ଚାରେ ଅଛନ୍ତି। ଏଥିରେ ଧକ ଧକ ଗାର୍ଲ ନିଜ ତାଳରେ ନିଜ କୁକୁରକୁ ଖୁବ ନଚାଉଥିବା ନଜର ଆସୁଛନ୍ତି। କହି ରଖୁଛୁ, ବର୍ତ୍ତମାନ ଦେଶବ୍ୟାପୀ ଲକଡାଉନ ଯୋଗୁ ମାଧୁରୀ ଘରେ ରହି ପରିବାର ସହ ସମୟ ବିତାଉଛନ୍ତି।

ତେବେ ଏହି ଅଭିନେତ୍ରୀ ପାଦରେ ଘୁଙ୍ଗୁର ବାନ୍ଧି ଡଗି ସହ ଖୁବ ମସ୍ତି କରୁଛନ୍ତି। ଭିଡ଼ିଓରେ ଡଗି ତାଙ୍କ ତାଳରେ ଡେଉଁଥିବା ଦେଖିବାକୁ ମିଳୁଥିବା ବେଳେ ମାଧୁରୀ ତାଳି ମାରୁଛନ୍ତି। ଅଭିନେତ୍ରୀଙ୍କ ଏହି ଭିଡ଼ିଓ ଇଣ୍ଟରନେଟରେ ଭାଇରଲ ହେଉଛି।

ଏହାକୁ ସେୟାର କରିବାକୁ ଯାଇ ମାଧୁରୀ କ୍ୟାପସନରେ ଲେଖିଛନ୍ତି, ‘ୟେ ସେ, ଯିଏ ସବୁବେଳେ ମୋ ପଟେ ରହିଥାଏ। ସବୁବେଳେ ମୋ ମନୋରଞ୍ଜନ କରିଥାଏ। ମୋ ପସନ୍ଦର ଡ୍ୟାନ୍ସିଂ ପାର୍ଟନର ଏବଂ ସେ ସବୁବେଳେ ମୋ ଚେହେରାରେ ହସ ନେଇକି ଆସିଥାଏ। ମୋ କାରମେଲୋ’। ମାଧୁରୀ ଦୀକ୍ଷିତ ଓ ତାଙ୍କ ପେଟ ଡଗିର ଏହି ଭିଡିଓ ଦେଖି ଫ୍ୟାନମାନେ ଖୁବ କମେଣ୍ଟ କରୁଛନ୍ତି ଏବଂ ନିଜ ପ୍ରତିକ୍ରିୟା ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.