Below header

ପ୍ରସ୍ତୁତ ହେଲା ସେନ୍ସର ଯୁକ୍ତ ଡିଭାଇସ ଯାହା ମାତ୍ର ୧୫ ସେକେଣ୍ଡରେ ପୁରା ଶରୀରକୁ କରିବ ଜୀବାଣୁମୁକ୍ତ

କରୋନା ଭାଇରସ ସଂକ୍ରମଣ ବୃଦ୍ଧି ଏବଂ ଏଥିରୁ ରକ୍ଷା ପାଇବା ପାଇଁ ଆଇଆଇଟି ବିଏଚୟୁ ଏକ ସେନ୍ସର ଯୁକ୍ତ ଡିଭାଇସ୍ ପ୍ରସ୍ତୁତ କରିଛି ଯାହାକୁ ଘରଠାରୁ ଆରମ୍ଭ କରି ଦୋକାନ, ମେଟ୍ରୋ, ବସ୍ ଷ୍ଟପ୍ ଇତ୍ୟାଦି ସ୍ଥାନରେ ଅତି ସହଜରେ ବ୍ୟବହାର କରାଯାଇପାରିବ । ଏହି ଡିଭାଇସ୍ ପାଖରେ କେହି ପହଁଞ୍ଚିବା ମାତ୍ରେ ଉପରୁ ସାନିଟାଇଜର ସ୍ପ୍ରେ ହୋଇଥା । ଏହି ଡିଭାଇସ୍ ମାତ୍ର୍ ୧୫ ସେକେଣ୍ଡରେ କପଡା, ହାତ କିମ୍ବା ଗୋଡ଼ରେ ଲାଗିଥିବା ଭାଇରସକୁ ନଷ୍ଟ କରିଦେଇଥାଏ । କେନ୍ଦ୍ର ସମନ୍ୱୟକ ପ୍ରୋ. ପିକେ ମିଶ୍ରଙ୍କ କହିବା ଅନୁଯାୟୀ କରୋନାରୁ ରକ୍ଷା ପାଇବା ପାଇଁ ଏହି ଡିଭାଇସକୁ ପ୍ରସ୍ତୁତ କରାଯାଇଛି ।

IIT BHU makes full body sanitized device in 15 seconds - Newsbaba

ବର୍ତ୍ତମାନ ଏହାର ସାନିଟାଇଜେସନର ମାତ୍ରା, ଏକ୍ସପୋଜର ଟାଇମ୍, ଫ୍ରିକୁଏନ୍ସିର ଟେଷ୍ଟିଂ ଜାରି ରହିଛି । ଯଦିଓ ଏହି ଡିଭାଇସରେ ସାନିଟାଇଜ ହେବାପରେ ମଧ୍ଯ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବା, ସୋସିଆଲ ଡିଷ୍ଟାନ୍ସିଂ ଏବଂ ନିୟମିତ ଅନ୍ତରାଳରେ ସାବୁନରେ ହାତ ଧୋଇବା ଜରୁରୀ ହୋଇଥାଏ । ପୁରା ଶରୀରକୁ ସାନିଟାଇଜ କରୁଥିବା ଏହି ଉପକରଣ ସାମ୍ନାକୁ କେହି ଆସିବା ମାତ୍ରେ ସେନ୍ସର ଆପେଆପେ ଉକ୍ତ ବ୍ୟକ୍ତିଙ୍କୁ ସାନିଟାଇଜ କରିଥାଏ । ଏଥିରେ ଏକ ବୋତଲ ଏବଂ ସେନ୍ସର ଡିଭାଇସର ପ୍ରୟୋଗ କରାଯାଇଛି ଯାହାକି ମାତ୍ର ୧୫ ସେକେଣ୍ଡରେ ଜଣେ ବ୍ୟକ୍ତିଙ୍କୁ ସାନିଟାଇଜ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.