କ୍ୱାରାନଟାଇନ ସମୟରେ ଏହିପରି ଭାବେ ନିଅନ୍ତୁ ନିଜ ଶରୀରର ଯତ୍ନ, ପଢ଼ନ୍ତୁ କିଛି ଉପକାରୀ ଟିପ୍ସ

ଶୀତଦିନ ହେଉ କିମ୍ବା ଖରାଦିନ ଶରୀର ପାଇଁ ସର୍ବଦା ଯତ୍ନବାନ୍ ହେବା ଆବଶ୍ୟକ । କିଛି ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ନିଜ ଶରୀର ବିଷୟରେ ଭାବିବା ପାଇଁ ସମୟ ନଥାଏ । ସେମାନେ ସର୍ବଦା ନିଜ କାମରେ ବ୍ୟସ୍ତ ରହିଥାନ୍ତି ସେ ଅଫିସ କାମ ହେଉ କିମ୍ବା ଘରକାମ କିନ୍ତୁ ବର୍ତ୍ତମାନ୍ ସମୟ ଆସିଛି ନିଜର ଯତ୍ନ ନେବାର । ଘରେ ରହି ବୋର ହେବା ଅପେକ୍ଷା ଆପଣ ଏହି ସମୟକୁ ନିଜର ଯତ୍ନ ନେବାରେ ମଧ୍ଯ ଲଗାଇ ପାରିବେ । ସେଥିପାଇଁ ଆମେ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଟିପ୍ସ ଯାହାକୁ ଆପଣ ନିଜର ଦୈନନ୍ଦିନ ଜୀବନରେ ବ୍ୟବହାର କରି ନିଜ ଶରୀରର ଯତ୍ନ ନେଇପାରିବେ ।

Body butters, bath bombs and more A complete guide to all new ...

  • ଦେହରେ ଅଳ୍ପ ବେସନରେ ଏକ ଚିମୁଟା ହଳଦୀଗୁଣ୍ଡ ମିଶାଇ ଧୀରେ ଧୀରେ ମାଲିସ୍ କରନ୍ତୁ । ତା’ପରେ ଗାଧୋଇଲେ ଦେହ ହିତକର ହେବ ।
  • ଯଦି ଆପଣଙ୍କ ଚର୍ମ ଶୁଖିଲା ଥାଏ । ତେବେ ସ୍ନାନ କରିବା ପୂର୍ବରୁ ନଡ଼ିଆ ତେଲ ଓ ପାଣି ମିଶାଇ ମାଲିସ୍ କରନ୍ତୁ। ତା’ପରେ ସ୍ନାନ କଲେ ଉତ୍ତମ ।
  • ଗାଧୋଇବା ବେଳେ ଅଧବାଲଟି ପାଣିରେ ଏକ ଫାଳ କାଗଜିଲେମ୍ବୁ ଚିପୁଡ଼ି ଦେବେ । ଏମିତି କଲେ ଦେହରେ ଝାଳ ଗନ୍ଧ ଆଦୌ ରହିବ ନାହିଁ ।
  • ଶୀତଦିନେ ସୋରିଷ ତେଲ ଓ ଖରାଦିନେ ନଡ଼ିଆ ତେଲ ମାଲିସ୍ କରି ଗାଧୋଇଲେ ଦେହ ଚିକ୍କଣ ରହିବ । ଦେହ ଜମା ଫାଟିବ ନାହିଁ ।
  • ଗୁଣ୍ଡକ୍ଷୀର, ଗୁଣ୍ଡହଳଦୀ, ବେସନ ଆଦି ମିଶାଇ ସାବୁନ୍ ପରି ଦେହରେ ଲଗାଇବେ । ସୁଖିଗଲେ ସ୍ନାନ କଲେ ଦେହ ପକ୍ଷେ ହିତକର ।

Waxing before and aftercare: How to care for your wax – Live True ...

  • ଅଳ୍ପ ଉଷୁମ ପାଣିରେ ଏକ ଚାମଚ ହଳଦୀ ଗୁଣ୍ଡ ପକାଇ ଗାଧାନ୍ତୁ । ଆପଣଙ୍କ ଲୋମ ମୂଳ ପରିଷ୍କାର ହୋଇଯିବ ।
  • ଆପଣ ହଳଦୀ ଓ ଲିମ୍ବ ପତ୍ରକୁ ବାଟି ଦେହରେ ଲଗାଇ କିଛି ସମୟ ରଖି ଦିଅନ୍ତୁ । ଶୁଖିଗଲାପରେ ଥଣ୍ଡା ପାଣ୍ଡିରେ ଭଲ ଭାବେ ଗାଧାନ୍ତୁ । ଆପଣଙ୍କ ଦେହ ଜମା କୁଣ୍ଡାଇ ହେବ ନାହିଁ ।
  • ଅଳ୍ପ କର୍ପୂର, ଅଳ୍ପ ଗୁଣ୍ଡ ହଳଦୀ, କିଛି ଟୋପା ସୋରିଷ ତେଲ, କିଛି ବେସନ ଆଦି ମିଶାଇ ପାଣିରେ ଗୋଳାଇ ମଲମ ପରି ପ୍ରସ୍ତୁତ କରନ୍ତୁ । ଉକ୍ତ ମିଶ୍ରଣକୁ ଦେହରେ ଲଗାଇ ଗାଧୋଇଲେ ଚର୍ମ ସତେଜ ରହିବ ଓ ଆପଣଙ୍କ ରଙ୍ଗ ଉଜ୍ଜଳ ହେବ ।
  • ଏକ ଚାମଟ ଲହୁଣୀ, ଏକ ଚାମଚ ପାଣି ମିଶାଇ ଫେଣ୍ଟନ୍ତୁ । ଏଥର ଦେହରେ ମାଲିସ୍ କରନ୍ତୁ। ତା’ପରେ ସ୍ନାନ କଲେ ଆପଣଙ୍କୁ ଆରାମ୍ ଲାଗିବ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.