Below header

ଭାରତରେ ୨୭୩ ଛୁଇଁଲା କରୋନା ମୃତ୍ୟୁ ସଂଖ୍ୟା, ୮୩୫୬ ଜଣ ଆକ୍ରାନ୍ତ

ଭାରତରେ ବ୍ୟାପୁଛି କରୋନା ସଂକ୍ରମଣ । ବର୍ତ୍ତମାନ ସୁଦ୍ଧା ଦେଶରେ ୮୩୫୬ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ୨୭୩ ଛୁଇଁଛି । ଏହାବାଦ ୭୧୬ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଦେଶର ବିଭିନ୍ନ ହସ୍ପିଟାଲରେ ୬୬୩୪ ଜଣ ଚିକିତ୍ସାଧୀନ ଅଛନ୍ତି। ମହାରାଷ୍ଟ୍ରରେ ସ୍ଥିତି ଅଧିକ ବିଗିଡିବାରେ ଲାଗିଛି । ୧୫ ଶହ ୭୪ରେ ପହଞ୍ଚିଛି ଆକ୍ରାନ୍ତ ସଂଖ୍ୟା । ମୃତ୍ୟୁବରଣ କରିଛନ୍ତି ୧୧୦ ଜଣ । କେବଳ ମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପି ଯାଇଛି । ଦିଲ୍ଲୀର ସ୍ଥିତି ମଧ୍ୟ ଗମ୍ଭୀର ହେବାରେ ଲାଗିଛି । ଦିଲ୍ଲୀର ଆକ୍ରାନ୍ତ ସଂଖ୍ୟା ୯୦୩ରେ ପହଞ୍ଚିଥିବା ବେଳେ ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟ ୯୧୧ ।

Coronavirus LIVE: India cases at 8,446; US death toll overtakes ...

ଦେଶରେ କରୋନା ଯୁଦ୍ଧରେ ପ୍ରମୁଖ ଅସ୍ତ୍ର ହେଲା ଲକ୍‌ଡାଉନ୍‌ ଓ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା । ଏହା ଦ୍ୱାରା ସଂକ୍ରମଣକୁ ବହୁ ମାତ୍ରାରେ ରୋକାଯାଇ ପାରିଛି । ନହେଲେ ବର୍ତ୍ତମାନ ୨ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହୋଇ ଥାଆନ୍ତେ । ଅର୍ଥାତ୍‌ ଲକ୍‌ଡାଉନ୍‌ ଓ କଣ୍ଟେନମେଣ୍ଟ ଜୋନ୍‌ ଭଳି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ନଥିଲେ ୪୧ ପ୍ରତିଶତ ଅଧିକ ସଂକ୍ରମିତ ହୋଇ ଥାଆନ୍ତେ । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ନିର୍ଦ୍ଦେଶକ ଲଭ ଅଗ୍ରଓ୍ଵାଲ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.