Below header

ମେକ୍ସିକୋର ଏଣ୍ଡ୍ରିଆ ମେଜା ହେଲେ ମିସ ୟୁନିଭର୍ସ ୨୦୨୦, ଏହି ପ୍ରଶ୍ନର ଉତ୍ତର ଦେଇ ଜିତିନେଲେ ୬୯ତମ ଟାଇଟଲ

ମେକ୍ସିକୋର ଏଣ୍ଡ୍ରିଆ ମେଜା ମିସ ୟୁନିଭର୍ସ ୨୦୨୦ର ଟାଇଟଲ ନିଜ ନାଁରେ କରି ନେଇଛନ୍ତି। ପୂର୍ବ ମିସ ୟୁନିଭର୍ସ ଜୋଜିବିନୀ ଟୁଞ୍ଜି ତାଙ୍କୁ କ୍ରାଉନ ପିନ୍ଧାଇଥିଲେ। ଇଭେଣ୍ଟ ଫ୍ଲୋରିଡାରେ ଆୟୋଜନ ହୋଇଥିଲା। ବ୍ରାଜିଲର ଜୁଲିଆ ଗାମା ପ୍ରଥମ ରନରଅପ ହୋଇଥିବା ବେଳେ ପେରୁର ଜାନିକ ମାସିତା ଦ୍ଵିତୀୟ ରନରଅପ ହୋଇଥିଲେ। ସେହିପରି ଭାରତର ଆଦଲୀନ କାଷ୍ଟିଲିନୋ ତୃତୀୟ ରନରଅପ ଏବଂ ଡୋମିନିକନ ରିପବ୍ଲିକର କିମ୍ବରଲି ପେରିଜ ଚତୁର୍ଥ ରନରଅପ ହୋଇଥିଲେ।

କହି ରଖୁଛୁ, ମିସ ୟୁନିଭର୍ସ ପ୍ରତିଯୋଗିତାରେ ଇଣ୍ଡିଆ ଟପ ୫ରେ ଜାଗା ବନାଇ ନେଇଥିଲା। ଆଦଲୀନ କାଷ୍ଟିଲିନୋ ଭାରତର ପ୍ରତିନିଧିତ୍ଵ କରିଥିଲେ। ତେବେ ପ୍ରଶ୍ନ ଉତ୍ତର ରାଉଣ୍ଡରେ ଏଣ୍ଡ୍ରିଆଙ୍କୁ ଏହା ପଚରା ଯାଇଥିଲା କି, ଯଦି ଆପଣ ନିଜ ଦେଶର ଲିଡର ହୋଇଥାନ୍ତେ, ତ କୋଭିଡ-୧୯ ମହାମାରୀକୁ କେମିତି ହ୍ୟାଣ୍ଡେଲ କରିଥାନ୍ତେ?

ଏହାର ଉତ୍ତରରେ ୨୬ ବର୍ଷୀୟା ଏଣ୍ଡ୍ରିଆ କହିଥିଲେ, ‘ମୋର କହିବା ହେଲା କି, କୋଭିଡ-୧୯ ଭଳି ଏହି ମୁସ୍କିଲ ସ୍ଥିତିରୁ ମୁକୁଳିବା ପାଇଁ କୌଣସି ସଠିକ ଉପାୟ ନାହିଁ। ମୁଁ ଯାହା କରିଥାନ୍ତି, ସେଥିରେ ଲକଡାଉନ ଥାଆନ୍ତା। ଏହା ପୂର୍ବରୁ ସବୁକିଛି ଏତେ ବଡ଼ ହେବା ଆଗରୁ ଆମକୁ ନିଜ ଲୋକଙ୍କର ଦେଖାଶୁଣା କରିବା ଦରକାର। ଏଥିପାଇଁ ମୁଁ ପ୍ରଥମରୁ ହିଁ ସେମାନଙ୍କ ଯତ୍ନ ନେଇଥାନ୍ତି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.