ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବ ଘରୋଇ ମସଲା, ଜାଣନ୍ତୁ

କରୋନା କାଳରେ ଇମ୍ୟୁନିଟି ଶକ୍ତିକୁ ବଢ଼ାଇବା ପାଇଁ ଆୟୁର୍ବେଦ ଚିକିତ୍ସା ମୁଖ୍ୟ ଭୂୂମିକା ନିର୍ବାହ କରିଥାଏ । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ଆବଶ୍ୟକତା ରହିଛି । କେବଳ ଔଷଧ ନୁହେଁ ବରଂ ଘରୋଇ ଉପାୟରେ ଏହା ଶରୀର ପାଇଁ ସବୁଠୁ ଭଲ ହୋଇଥାଏ। ଆୟୁର୍ବେଦ ଡାକ୍ତର ମଧ୍ୟ କୋଭିଡ ମହାମାରୀରୁ ରକ୍ଷା ପାଇବା ପାଇଁ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ପାଇଁ ଅନେକ ଟିପ୍ସ ଦେଉଛନ୍ତି ।

ଆୟୁର୍ବେଦ ଡାକ୍ତରଙ୍କ କହିବା ଅନୁଯାୟୀ କେବଳ ଫଳ ଓ ପନିପରିବାରେ ନୁହେଁ ବରଂ ମସଲାରେ ମଧ୍ୟ ଏପରି ଗୁଣ ଭରି ରହିଛି ଯାହା ଶରୀରରେ ଇମ୍ୟୁନ ସିଷ୍ଟମକୁ ମଜବୁତ ରଖିଥାଏ । ରୋଷେଇ ଘରେ ଥିବା ମସଲା ଏଥିପାଇଁ ରାମବାଣ ସଦୃଶ୍ୟ ହୋଇଥାଏ । ଏହାକୁ ଖାଲିରେ ନଖାଇ ଚା’ କିମ୍ବା କ୍ଷୀରରେ ପକାଇ ମଧ୍ୟ ସେବନ କରିପାରିବେ । ମସଲା ମାନଙ୍କ ମଧ୍ୟରୁ ପିମ୍ପଳି, ସୁଣ୍ଠି ପାଉଡର, ଗୋଲମରିଚ, ଡାଳଚିିନି , ତେଜପତ୍ର, ଲବଙ୍ଗ ଆଦି ଶରୀରରେ ଇମ୍ୟୁନିଟି ଶକ୍ତିକୁ ବଢ଼ାଇବା ପାଇଁ ଅନେକ ମାତ୍ରାରେ ସାହାଯ୍ୟ କରିଥାଏ ।

000
pc: The hindu business line

ଏହିସବୁ ଗୋଟା ମସଲାର ପାଉଡର ବାହାର କରି ଏହାକୁ ଚା’ କିମ୍ବା କ୍ଷୀରରେ ପକାଇ ପିଇପାରିବେ । ଏହାସହ ତୁଳସୀ, ଅଦା ଓ ହଳଦୀର ସେବନ ମଧ୍ୟ କରିପାରିବେ । ଖାଦ୍ୟ ତିଆରି କରିବା ସମୟରେ ଏହି ମସଲା ମଧ୍ୟ ପକାଇ ପାରିବେ । ସୁପ ପିଇବା ସମୟରେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ । ଏହାସହ ଭିଟାମିନ ସି ଥିବା ଫଳକୁ ଖାଇବା ସହ ସବୁଜ ତଟକା ପନିପରିବା ମଧ୍ୟ ଖାଇପାରିବେ । ମାଛ, ଅଣ୍ଡା ଓ ଚିକେନକୁ ମଧ୍ୟ ଖାଇ ପାରିବେ । ମଟନ ସୁପ ମଧ୍ୟ ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.