Below header

ମିସ୍ ୟୁନିଭର୍ସର ମୁକୁଟ ପିନ୍ଧିଲେ କେଟ୍ରିଓନା, ଜାଣନ୍ତୁ କେଉଁ ଉତ୍ତର ଦେଇ ହେଲେ ବ୍ରହ୍ମାଣ୍ଡ ସୁନ୍ଦରୀ

ମିସ୍ ୟୁନିଭର୍ସର ମୁକୁଟ ପିନ୍ଧିଲେ ଫିଲିଫାଇନ୍ସର ସୁନ୍ଦରୀ କେଟ୍ରିଓନା ଗ୍ରେ । ବ୍ୟାଙ୍କକରେ ଅନୁଷ୍ଠିତ ହୋଇଥିଲା ଏହି ୬୭ତମ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତା । ଯେଉଁଥିରେ ଦକ୍ଷିଣ ଆଫ୍ରିକାର ପୂର୍ବତମ ମିସ୍ ୟୁନିଭର୍ସ ଡେମି-ଲେ-ନେଲ୍-ପୀଟର୍ସ ନୂଆ ବିଜେତାଙ୍କ ମୁଣ୍ଡରେ ପିନ୍ଧାଇ ଥିଲେ ବ୍ରହ୍ମାଣ୍ଡ ସୁନ୍ଦରୀର ତାଜ୍ ।

ଶ୍ରେଷ୍ଠ ତିନି ଜଣଙ୍କ ମଧ୍ୟରେ ଥିଲେ ମିସ୍ ଫିଲିଫାଇନ୍ସ, ମିସ୍ ସାଉଥ୍ ଆଫ୍ରିକା ଏବଂ ମିସ୍ ଭେନେଜୁଆଲା । ହେଲେ ସମସ୍ତଙ୍କୁ ପଛରେ ପକାଇ ବାଜି ମାରିନେଲେ ମିସ୍ ଫିଲିଫାଇନ୍ସ କେଟ୍ରିଓନା । ତେବେ ପ୍ରଥମ ରନର୍ସ ଅପ୍ ହେଲେ ମିସ୍ ସାଉଥ୍ ଆଫ୍ରିକା ଟେମରିନ୍ ଗ୍ରୀନ୍ ଏବଂ ସେକେଣ୍ଡ ରନର୍ସ ଅପ୍ ହେଲେ ମିସ୍ ଭେନେଜୁଆଲା ଷ୍ଟେଫନୀ ଗୁଟରେଜ୍ । ପ୍ରତିଯୋଗିତାରେ ଭାରତରୁ ଅଂଶ ଗ୍ରହଣ କରିଥିବା ନେହାଲ ଚୁଡାସ୍ମା ଶ୍ରେଷ୍ଠ ୨୦ତମ ସ୍ଥାନରେ ରହିଥିଲେ।

କିନ୍ତୁ ଆପଣ ଜାଣନ୍ତି କି କେଉଁ ଉତ୍ତରଟି ଦେଇ ଏହି ଶ୍ରେଷ୍ଠସ୍ଥାନ ପାଇଛନ୍ତି କେଟ୍ରିଓନା ? କୈଟ୍ରିଓନାଙ୍କୁ, ଜୁରୀ ପ୍ରଶ୍ନ ପଚାରିଥିଲେ – ଜୀବନରେ କେଉଁ ମହତ୍ୱପୂର୍ଣ୍ଣ ଶିକ୍ଷାକୁ ମିସ୍ ୟୁନିଭର୍ସ ତାଜ୍ ହାତେଇବାରେ ସେ ଉପଯୋଗ କରିଛନ୍ତି ବୋଲି। ଯାହାର ଉତ୍ତର ଦେଇ ସେ କହିଥିଲେ- ମୁଁ ମନିଲାର ବସ୍ତିରେ ବହୁତ କାମ କରିଛି। ଯେଉଁଠି ଅତ୍ୟନ୍ତ ଦ୍ରରିଦ୍ରତମ ସ୍ଥିତିରେ ରହିଛି ଜୀବନ । ହେଲେ ମୁଁ ସେହି ଦୁଃଖ ଭିତରୁ ହିଁ ସୌନ୍ଦର୍ଯ୍ୟ ସାଉଁଟିବାର ଜ୍ଞାନ ଆହରଣ କରିଛି। ଯଦି ପାରିବି ଏହି ସୁନ୍ଦରତାର ଅନୁଭବ ସମସ୍ତଙ୍କୁ କରାଇବି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.