ମଦଭାଟି ଜାଳିଦେଲେ ମହିଳା

ଗଞ୍ଜାମ : ମଦଭାଟି ଜାଳିଦେଲେ ମହିଳା । ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତ୍ତଳ ଗାଁରେ ମଦ ଦୋକାନରେ ଭଙ୍ଗାରୁଜା କରିଛନ୍ତି ମହିଳା । ଗତ କିଛି ଦିନ ହେଲା ଏହି ଅଞ୍ଚଳରେ ମଦୁଆଙ୍କ ଆଡ୍ଡା ଜମୁଥିବାରୁ ଲୋକେ ଅତିଷ୍ଠ ହୋଇ ପଡିଥିଲେ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ମଦଭାଟି ଉଚ୍ଛେଦ କରିବାକୁ କୌଣସି ପଦକ୍ଷେପ ଗ୍ରହଣ କରା ଯାଉନଥିଲା । ଘଟଣା ପରେ ଶେରଗଡ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରିଥିଲେ । ଶେଷରେ ମଦଭାଟି ଉଚ୍ଛେଦ କରିବାକୁ ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ପ୍ରତିବାଦରୁ ହଟିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.