Below header

କରୋନା ମୁକାବିଲା ପାଇଁ ମା ମେଡିକାଲ ଡ୍ୟୁଟିରେ, ବାପାଙ୍କ ସହ ମିଶି ଘର ସମ୍ଭାଳୁଛନ୍ତି ପୂର୍ବତନ ମିସ ୱାର୍ଲଡ

ପୂର୍ବତନ ମିସ ୱାର୍ଲଡ ତଥା ଅଭିନେତ୍ରୀ ମାନୁଷୀ ଚିଲ୍ଲରଙ୍କ ମା ଡାକ୍ତର ନୀଲମ ଚିଲ୍ଲର କରୋନା ଭାଇରସ ପାଇଁ ଦିଲ୍ଲୀରେ ମେଡିକାଲ ଡ୍ୟୁଟିରେ ଅଛନ୍ତି । ଏ ନେଇ ନିଜେ ମାନୁଷୀ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ ବାପା ଡାକ୍ତର ମିତ୍ରା ବସୁ ଚିଲ୍ଲରଙ୍କ ସହ ନଜର ଆସୁଛନ୍ତି ।

hhf

ମାଙ୍କ ଅନୁପସ୍ଥିତିରେ ଦୁହେଁ ମିଶି କିଭଳି ଘର ସମ୍ଭାଳିଛନ୍ତି, ତାହା ଏଥିରେ ଦେଖିବାକୁ ମିଳିଛି । ଏହାସହିତ ମାନୁଷୀ ବାପାଙ୍କୁ ସରପ୍ରାଇଜ ଦେବା ପାଇଁ ଘରେ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏହାର ଫଟୋ ସେ ସେୟାର କରିବା ସହ ଏ ବିଷୟରେ କ୍ୟାପସନ ବି ଲେଖିଛନ୍ତି । ଅନ୍ୟ ଏକ ଷ୍ଟୋରୀରେ ମାନୁଷୀ ପିଏମ ମୋଦିଙ୍କ ଜନତା କର୍ଫ୍ୟୁକୁ ସଫଳ କରିବା ପାଇଁ ଅପିଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.