Below header

କରୋନା ଭାଇରସ୍‌ର ପରୀକ୍ଷା ପାଇଁ ସରକାର ଧାର୍ଯ୍ୟ କଲେ ଦାମ୍‌, ଏବେ କମ୍‌ ମୂଲ୍ୟରେ ଘରେ ବସି କରିପାରିବେ ଟେଷ୍ଟ

କରୋନା ଭାଇରସ୍‌ର ପରୀକ୍ଷା ପାଇଁ କେନ୍ଦ୍ର ସରକାର ପ୍ରାଇଭେଟ୍‌ ଲ୍ୟାବ୍‌ ପାଇଁ ଶୁଳ୍କ ଧାର୍ଯ୍ୟ କରିଛନ୍ତି। ଏବେ ୪୫୦୦ ଟଙ୍କାରେ ଲୋକେ କରୋନା ଯାଞ୍ଚ କରିପାରିବେ। ଏଥିରେ ତିନି ହଜାର ଟଙ୍କା ଯାଞ୍ଚ ପାଇଁ ଓ ଦେଢ଼ ହଜାର ଟଙ୍କା ସ୍କ୍ରିନିଂ ପାଇଁ ନିଆଯିବ। ତେବେ ସରକାର ଲୋକଙ୍କୁ ଅଯଥା ଯାଞ୍ଚ କରିବାକୁ ମନା କରିଥିବା ଜଣାଯାଇଛି।

corona

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରଓ୍ଵାଲ କହିଛନ୍ତି ଯେ ସମସ୍ତଙ୍କୁ କରୋନା ଭାଇରସ୍‌ ପରୀକ୍ଷା କରିବାର ଆଦୌ ଆବଶ୍ୟକତା ନାହିଁ। ଯେଉଁମାନେ ନିକଟରେ ବିଦେଶରୁ ଫେରିଛନ୍ତି ଓ ଯେଉଁମାନେ ବିଦେଶରୁ ଫେରିଥିବା ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଏହି ପରୀକ୍ଷା କରିବା ଆବଶ୍ୟକ।

corona2

ଶନିବାର ରାତିରେ ଜାରି କରାଯାଇଥିବା ସରକାରଙ୍କ ନିର୍ଦ୍ଦେଶରେ କୁହାଯାଇଛି ଯେ ଯେଉଁ ପ୍ରାଇଭେଟ୍‌ ଲ୍ୟାବ୍‌ର ଏନ୍‌ଏବିଏଚ୍‌ ସାର୍ଟିଫିକେଟ୍‌ ଥିବ, କେବଳ ସେମାନଙ୍କୁ ହିଁ କୋଭିଡ୍‌-୧୯ର ପରୀକ୍ଷା କରିବାକୁ ଅନୁମତି ମିଳିପାରିବ। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ପ୍ରାଇଭେଟ୍‌ ଲ୍ୟାବ୍‌ ଘରୁ ହିଁ ସନ୍ଦିଗ୍ଧଙ୍କ ସାମ୍ପୁଲ ନେଇପାରିବେ। ଏଥିପାଇଁ ଲୋକଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବନାହିଁ। ଫଳରେ ସେମାନେ କାହା ସଂସ୍ପର୍ଶରେ ଆସିବେ ନାହିଁ କି ସଂକ୍ରମଣର ଭୟ ରହିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.