ଭୁବନେଶ୍ୱର କୁମାରଙ୍କ ଫେସ୍‌ବୁକ୍‌ ହ୍ୟାକ୍‌ କରିଥିଲେ ତାଙ୍କ ପତ୍ନୀ, କାହିଁକି ଜାଣନ୍ତୁ

ମମ୍ବାଇ : ଭାରତର ପେସ୍‌ ବୋଲର୍‌ ଭୁବନେଶ୍ୱର କୁମାର । ଭୁବନେଶ୍ୱରଙ୍କ ଫେସ୍‌ବୁକ୍‌ ହ୍ୟାକ୍‌ ହୋଇଥିଲା । ତେବେ ତାଙ୍କ ଫେସ୍‌ବୁକ୍‌କୁ କିଏ ହ୍ୟାକ୍‌ କରିଥିଲେ ସେ କଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି କାମ କରିଥିଲେ ଭୁବନେଶ୍ୱରଙ୍କ ପତ୍ନୀ ନୂପୁର । ଆଉ କାରଣ ବି ଚମକାଇ ଦେଲା ଭଳି । ଏକ ଚାଟ୍‌ ସୋ’ରେ ନୂପୁର ଏକଥା ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ଭୁବି ଯେତେବେଳେ ତାଙ୍କ ମହିଳା ଫ୍ୟାନ୍‌ମାନଙ୍କ ସହିତ ଫଟୋ ଉଠାଇ ଫେସ୍‌ବୁକ୍‌ରେ ଛାଡ଼ନ୍ତି ମୋତେ ଭାରି ଈର୍ଷା ହୁଏ ତେଣୁ ମୁଁ ଥରେ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟକୁ ହ୍ୟାକ୍‌ କରିଥିଲି ।

BHUBI-NUPUR-2

ଜଣେ ପେସ୍‌ ବୋଲର୍‌ ହେଲେ ମଧ୍ୟ ପଡ଼ିଆରେ ସବୁ ବେଳେ ବେଶ୍‌ ଶାନ୍ତ ରହିଥାନ୍ତି । ତେବେ ଏହି ଚାଟ୍‌ ସୋ’ରେ ସେ ନିଜ ଦାମ୍ପତ୍ୟ ଜୀବନ ବିଷୟରେ କିଛି କଥା ଖୋଲାଖୋଲି କହିଥିଲେ । ଭୁବି କହିଛନ୍ତି ଯେ ଦିନେ ସକାଳେ ପତ୍ନୀ ନୁପୂର ତାଙ୍କୁ ତାଙ୍କ ଫେସ୍‌ବୁକ୍‌ ପାସ୍‌ଓ୍ଵାର୍ଡ଼ ମାଗିଲେ । ହେଲେ ସେ ଏଡ଼ାଇ ଯାଇ ପାସ୍‌ଓ୍ଵାର୍ଡ଼ ଦେଲେ ନାହିଁ । ତେବେ ତା ପରଦିନ ନୁପୂର ମୋତ ଆସି କହିଲେ, ଏଇ ନିଅ ତୁମ ଫେସ୍‌ବୁକ୍‌ର ନୂଆ ପାସ୍‌ଓ୍ଵାର୍ଡ଼ । ଏଥିରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ପରେ ଜାଣିଲା ବେଳକୁ ସେ ମୋର ଫେସ୍‌ବୁକ୍‌ ଆକାଉଣ୍ଟ ହ୍ୟାକ୍‌ କରି ସାରିଥିଲେ । ନୂପୁରଙ୍କ କଥାରେ ଭୁବନେଶ୍ୱର ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଜଣେ ମହିଳା ଫ୍ୟାନ୍‌ ମୋ ସହ ଫଟୋ ଉଠାଇବାକୁ ଆଗ୍ରହ କରି କହିବେ ମୁଁ କଣ ମନା କରିବାଟା ଠିକ୍‌ ହେବ ? ତେବେ ହ୍ୟାକ୍‌ ହେବା ପରେ ସେ ଆଉ କେବେବି ତାଙ୍କ ଫେସ୍‌ବୁକ୍‌ ବ୍ୟବହାର କରିନଥିବା ଭୁବି କହିଛନ୍ତି ।
ଭୁବିଙ୍କ ପତ୍ନୀ ନୂପୁର ନାଗର ପେସାରେ ଜଣେ ଇଞ୍ଜିନିୟର । ଦୁହିଙ୍କ ଭିତରେ ପ୍ରେମ ପରେ ୨୦୧୭ ନଭେମ୍ବରରେ ସେମାନଙ୍କର ବିବାହ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.