Below header

କମେଡିଆନ୍‌ ବିଶ୍ୱ କଲ୍ୟାଣଙ୍କ ସହ ବି ଅଭିନେତ୍ରୀ ସୁଲଗ୍ନାଙ୍କର ହେଲା ବାହାଘର

ଫିଲ୍ମ ‘ମର୍ଡର ୨’ରେ ପ୍ରମୁଖ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଓଡ଼ିଆ ଝିଅ ସୁଲଗ୍ନା ପାଣିଗ୍ରାହୀ ଜଣାଶୁଣା ୟୁଟ୍ୟୁବର ତଥା ଷ୍ଟାଣ୍ଡଅପ୍‌ କମେଡିଆନ୍‌ ବିଶ୍ୱ କଲ୍ୟାଣ ରଥଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହ ବେଳର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଫଟୋରେ ସୁଲଗ୍ନା ବୋହୂ ବେଶରେ ସଜେଇ ହୋଇଛନ୍ତି। ଉଭୟଙ୍କ ଫଟୋକୁ ଫ୍ୟାନ୍‌ମାନେ ବେଶ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।

ସୁଲଗ୍ନା ଓ ବିଶ୍ୱ ଡିସେମ୍ବର ୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ବେଳେ ସୁଲଗ୍ନା ଗୋଲାପୀ ରଙ୍ଗର ଲେହେଙ୍ଗା ସହ ହେଭି ଜୁଏଲାରୀ ପିନ୍ଧିଥିବା ବେଳେ ବିଶ୍ୱ କ୍ରିମ୍‌ କଲର ଶେରଓ୍ଵାନୀ ଓ ଗୋଲ୍ଡେନ୍‌ ପଗଡ଼ି ପିନ୍ଧିଥିବା ଦେଖିବାକୁ ମିଳିଛି।

 

View this post on Instagram

 

A post shared by Sulagna Panigrahi (@sulagna03)

ବିବାହ ନେଇ ସୁଲଗ୍ନା ସୋସିଆଲ ମିଡିଆରେ ଫଟୋ ସେୟାର କରି ଏବେ ସୂଚନା ଦେଇଛନ୍ତି। ସୁଲଗ୍ନା ସେୟାର କରିଥିବା ଫଟୋରେ ଉଭୟ ପତ୍ନିପତ୍ନୀ ବେଦୀରେ ବସିଥିବା ଦେଖିବାକୁ ମିଳିଛି। ଫଟୋ ସେୟାର କରି ସୁଲଗ୍ନା କ୍ୟାପସନ୍‌ରେ ଲେଖିଛନ୍ତି, ଆମେ ଦୁହେଁ ଶେଷରେ ବିବାହ କଲୁ। କେବଳ ସୁଲଗ୍ନା ନୁହେଁ, ବିଶ୍ୱ ମଧ୍ୟ ବିବାହ ବେଳର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ ଫଟୋ ସେୟାର କରି ଲେଖିଛନ୍ତି ‘ବିଶ୍ୱ ମ୍ୟାରେଡ୍‌ ଆଦ୍‌ମି’।

 

View this post on Instagram

 

A post shared by Biswa Kalyan Rath (@biswakalyanrath)

ପ୍ରକାଶ ଯେ ସୁଲଗ୍ନା ମର୍ଡର ୨, ରେଡ୍‌ ଓ ଇସ୍କ ବାଲା ଲଭ୍‌ ଭଳି ଫିଲ୍ମରେ ଅଭିନୟ କରିଛନ୍ତି। ଏଥିସହ ସେ ଅମ୍ବର ଧାରା, ଦୋ ସହେଲିଆ କିସ୍ମତ କି କଠପୁତଲିଆ ସିରିୟଲରେ ମଧ୍ୟ କାମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.