Below header

ଆଜି ସରୁଛି ଆକାଶ ପାଠକର ୪ ଦିନିଆ ରିମାଣ୍ଡ ଅବଧି, ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌ ଠକେଇ ଯୋଜନା କରିଥିବା ସୂଚନା

ଭୁବନେଶ୍ବର: ଆଜି ସରୁଛି ଆକାଶ ପାଠକର ୪ ଦିନିଆ ରିମାଣ୍ଡ ଅବଧି । ୪ ଦିନିଆ ରିମାଣ୍ଡରେ ନେଇଥିବା କମିଶନରେଟ୍‌ ପୋଲିସ ଆକାଶକୁ ମାରାଥନ ଜେରା କରୁଛି । ଜେରା ବେଳେ କମିଶନରେଟ୍‌ ପୋଲିସ ଆଗରେ ସତ ମାନିଛି । ସବୁ ପ୍ରଶ୍ନର ଉତ୍ତର ଆକାଶ ପାଠକ ଦେଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌ ଠକେଇ ଯୋଜନା କରିଥିବା ସୂଚନା ମିଳିଛି । ସେ ଟାଟା ମୋଟର୍ସର ଏମ୍‌ଡି ନୁହେଁ, ଟଙ୍କା ଟ୍ରାଞ୍ଜାକ୍ସନ ନେଇ ମଧ୍ୟ ସତ ମାନିଛି ଆକାଶ । କେବେ କେଉଁ ହୋଟେଲ ଓ ଫ୍ଲାଇଟ୍‌ ବୁକ୍‌ କରିଥିଲା, ସେନେଇ ମଧ୍ୟ ତଥ୍ୟ ଦେଇଛି । ଆକାଶର ହସ୍ତାକ୍ଷରକୁ ଖୁବ୍‌ ଶୀଘ୍ର ହ୍ୟାଣ୍ଡରାଇଣ୍ଟିଂ ବ୍ୟୁରୋକୁ ପଠାଯିବ ।

ଆକାଶ ୬୫ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ସ୍କାଏ କିଙ୍ଗ ଟ୍ରାଭେଲ ସଂସ୍ଥା ଭୁବନେଶ୍ୱର ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲା । ସେପଟେ ଆଗକୁ ଆୟକର ବିଭାଗ ପାଠକ ବାପା-ପୁଅ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.