Below header

ଖଲ୍ଲିକୋଟ ଭିକାପଡା ଗାଁରେ ଅଭାବନୀୟ ଘଟଣା: ନାବାଳିକାର ଚରିତ୍ରକୁ ସନ୍ଦେହ କରି ଗଛରେ ବାନ୍ଧି ପିଟିଲେ ସାହି ଲୋକେ, ୧୬ ଜଣ ମହିଳା କୋର୍ଟ ଚାଲାଣ

ବ୍ରହ୍ମପୁର: ଗଞ୍ଜାମ ଖଲ୍ଲିକୋଟ ଭିକାପଡା ଗାଁରେ ଜଣେ ନାବାଳିକାର ଚରିତ୍ରକୁ ସନ୍ଦେହ କରି ଗଛରେ ବାନ୍ଧି ପିଟିଲେ ସାହି ଲୋକେ । ଗଛରେ ବାନ୍ଧି ପିଟିବା ଅଭିଯୋଗରେ ପୋଲିସ ୧୬ ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ନାବାଳିକା ଜଣଙ୍କ ଜେଜେମାଙ୍କ ପାଖରେ ରହୁଛନ୍ତି ।

ଗୁରୁବାର ସାହି ଲୋକେ ଏକ ବୈଠକ ଡକାଇ ନାବାଳିକାକୁ ଗଛରେ ବାନ୍ଧି ମାଡ଼ ମାରିବା ସହ ପିନ୍ଧି ଥିବା ଡ୍ରେସକୁ ଚିରି ଦେଇଥିଲେ । ଏନେଇ ପୀଡ଼ିତା ଆଜି ଖଲ୍ଲିକୋଟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ସମ୍ପୃକ୍ତ ୧୬ ଜଣ ମହିଳାଙ୍କୁ କୋଭିଡ ଟେଷ୍ଟ ପରେ ପକ୍‌ସୋ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.