Below header

ବିଗ୍‌ବସ୍‌ ଫେମ୍‌ ନିକ୍କି ତମ୍ବୋଲୀଙ୍କୁ କରୋନା, ସୋସିଆଲ ମିଡିଆରେ ନିଜେ ଦେଲେ ସୂଚନା

ପୁଣିଥରେ କରୋନା ଭାଇରସ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ଏବେ ସେଲିବ୍ରିଟିମାନେ ମଧ୍ୟ ଧୀରେ ଧୀରେ କରୋନା କବ୍ଜାକୁ ଆସୁଥିବା ଦେଖିବାକୁ ମିଳିଛି। ବିଗ୍‌ବସ୍‌ ୧୪ ପ୍ରତିଯୋଗୀ ଅଭିନେତ୍ରୀ ନିକ୍କି ତମ୍ବୋଲୀ ଏବେ କରୋନା ଭାଇରସ୍‌ ସଂକ୍ରମିତ ହୋଇଥିବା ଜଣାଯାଇଛି। ଆଜି ସକାଳେ ନିକ୍କି ତମ୍ବୋଲୀଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ନିଜେ ନିକ୍କି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ନିକ୍କି ତମ୍ବୋଲୀ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେଥିରେ ସେ ଲେଖିଛନ୍ତି- ଆଜି ସକାଳେ ହିଁ ଜଣାପଡ଼ିଲା ଯେ ମୁଁ କରୋନା ପଜିଟିଭ୍‌ ଅଛି। ଏହା ଜାଣିବା ପରେ ମୁଁ ନିଜକୁ ହୋମ୍‌ କ୍ୱାରେଣ୍ଟାଇନ୍‌ କରିଛି ଓ ସମସ୍ତ ନିୟମ ପାଳନ କରୁଛି। ଡାକ୍ତର ଯେମିତି କହିଛନ୍ତି ମୁଁ ସେଭଳି କରୁଛି ଓ ମେଡିସିନ୍‌ ଖାଉଛି। ଗତ କିଛି ଦିନ ହେବ ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି ସେମାନେ ମଧ୍ୟ ନିଜର ଟେଷ୍ଟ କରାଇନିଅନ୍ତୁ। ଧନ୍ୟବାଦ।

 

View this post on Instagram

 

A post shared by Nikki Tamboli (@nikki_tamboli)

ସୂଚନାଯୋଗ୍ୟ ଯେ ନିକ୍କି ବିଗ୍‌ବସ୍‌ ୧୪ରେ ଟପ୍‌ ଫାଇନାଲିଷ୍ଟଙ୍କ ମଧ୍ୟରୁ ଜଣେ। ଶୋ’ ସରିବା ପରେ ସେ ପ୍ରାୟତଃ ନିଜ ସାଙ୍ଗସାଥୀଙ୍କ ସହ ସ୍ପଟ୍‌ ହୋଇଛନ୍ତି। ସେ ରୁବିନା ଓ ଅଭିନବଙ୍କ ସହ ଅନେକ ଭିଡିଓରେ ନଜର ଆସିଛନ୍ତି। ଏବେ ଯାଏଁ ନିକ୍କି ଏକାଧିକ ତାମିଲ ଓ ତେଲୁଗୁ ଫିଲ୍ମରେ ଅଭିନୟ କରିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.