Below header

ଏହି ଗୀତ ପାଇଁ ମେକର୍ସ ଚାର୍ଜ ନେଲେ ନାହିଁ ନୋରା, ଜାଣନ୍ତୁ କାହିଁକି

ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା, ରିତେଶ ଦେଶମୁଖ୍ ଓ ଅଭିନେତ୍ରୀ ତାରା ସୁତାରିଆ ଅଭିନୟ କରିଥିବା ଫିଲ୍ମ ‘ମର୍‌ଜାଓ୍ଵା’ର ନୂଆ ଗୀତ ଗୁରୁବାର ଦିନ ରିଲିଜ୍ ହୋଇଛି। ଗୀତର ନାଁ ‘ଏକ୍ ତୋ କମ ଜିନ୍ଦେଗାନୀ’ ରହିଥିବା ବେଳେ ଏଥିରେ ନୋରା ଫତେହିଙ୍କୁ ଦେଖିବାକୁ ମିଳିଥିଲା। ପୁଣି ଥରେ ତାଙ୍କ ନୃତ୍ୟର ଜଲଓ୍ଵା ଲୋକେ ଦେଖିବା ସହ ଭିଡିଓକୁ ଖୁବ୍ ପସନ୍ଦ କରିଛନ୍ତି। ୧୯୮୬ରେ ରିଲିଜ୍ ହୋଇଥିବା ଫିଲ୍ମ ଜାନ୍‌ବାଜ୍‌ରେ ବଲିଉଡ୍ର ଦିଗ୍ଗଜ ଅଭିନେତ୍ରୀ ରେଖା ଏହି ଗୀତରେ ନଜର ଆସିଥିଲେ, ଯାହାର ରିମେକ୍ରେ ନୋରାଙ୍କୁ ନିଆଯାଇଥିବା ବେଳେ ଏହାକୁ ରେଖାଙ୍କ ଜନ୍ମଦିନରେ ହିଁ ରିଲିଜ୍ କରାଯାଇଥିଲା ।

NORA FHATEHI

ଏହାସହ ପଢନ୍ତୁ: ପରଦାକୁ ଆସିଲା ପ୍ରିୟଙ୍କା ଚୋପ୍ରାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ ସ୍କାଏ ଇଜ୍ ପିଙ୍କ’, ଜାଣନ୍ତୁ…

ଗୀତରେ ନୋରାଙ୍କ ସମେତ ସିଦ୍ଧାର୍ଥ ମଧ୍ୟ ନଜର ଆସୁଥିବା ଦେଖାଯାଇଛି । ତେବେ ମିଳିଥିବା ସୂଚନା ମୁତାବକ, ନୋରା ଏହି ଗୀତ ପାଇଁ ଟଙ୍କା ନେଇ ନାହାନ୍ତି । ଆଜିକାଲି ଆଇଟମ୍ ଗୀତ ପାଇଁ ତାଙ୍କର ଚାହିଦା ଅଧିକ ଥିଲେ ମଧ୍ୟ ରେଖାଙ୍କ ପାଇଁ ସେ ଟଙ୍କା ନେଇ ନଥିବା ଜଣାପଡ଼ିଛି । ସେ ଏହି ଗୀତକୁ ରେଖାଙ୍କୁ ଜନ୍ମଦିନର ଉପହାର ଦେଇଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.