ଦ କପିଲ୍ ଶର୍ମା ସୋ ସେଟରୁ ଭାଇରାଲ୍ ହେଲା ଏହି ଭିଡିଓ, ଦେଖନ୍ତୁ ପୁଅ ସହିତ ମିଶି କଣ କରୁଛନ୍ତି ଅର୍ଚ୍ଚନା ପୁରନ

ଅର୍ଚ୍ଚନା ପୁରନ ସିଂଙ୍କ ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ସେ ଦ କପିଲ୍ ଶର୍ମା ସୋ ସେଟରେ ଗୁପଚୁପ୍ ଖାଉଥିବାର ଦେଖିବାକୁ ମିଳିଛନ୍ତି । ଅର୍ଚ୍ଚନାଙ୍କର ଏହି ଭିଡିଓରେ ପଛପାଖରୁ କପିଲ ଶର୍ମା କମେଣ୍ଟ୍ରୀ କରୁଛନ୍ତି । ଅର୍ଚ୍ଚନା ଏହି ଭିଡିଓକୁ ନିଜର ଇଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି । ଏହି ଭିଡିଓକୁ ୪ଲକ୍ଷ ୩୩ହଜାରରୁ ଅଧିକ ଥର ଦେଖାଯାଇସାରିଛି । ଅର୍ଚ୍ଚନା ଏହି ଭିଡିଓରେ ଲୋକମାନଙ୍କ କମେଣ୍ଟର ରିଆକ୍ସନ୍ ମଧ୍ୟ ଦେଉଛନ୍ତି ।

ଏହାସହ ପଢନ୍ତୁ:

ଏହି ଗୀତ ପାଇଁ ମେକର୍ସ ଚାର୍ଜ ନେଲେ ନାହିଁ ନୋରା, ଜାଣନ୍ତୁ କାହିଁକି

ଅର୍ଚ୍ଚନା ପୁରନ୍ ଏହି ଭିଡିଓରେ ଗୁପଚୁପ୍ ଖାଇବା ପୂର୍ବରୁ ଗୁପଚୁପ୍ ବିକୁଥିବା ବ୍ୟକ୍ତିଙ୍କୁ କହୁଛନ୍ତି କି, ଗୁପଚୁପର ଟଙ୍କା ମିଳିବ ନାହିଁ ପ୍ରଡକ୍ସନ୍ ହାଉସଠାରୁ ନେଇଯିବ। ଅନ୍ୟପଟେ କପିଲ୍ ଶର୍ମା ପଛ ପାଖରୁ କହୁଛନ୍ତି କି,ଏହା ହେଉଛି ଅର୍ଚ୍ଚନାଙ୍କ ଅସଲ ରୂପ । ଆମେ ବେଳେବେଳେ ସେଟରେ ଏମିତି ପ୍ରବନ୍ଧ କରିଥାଉ । ଆଉ ଇଏ ସ୍ପେଶାଲ ବ୍ରେକ୍ ନେଇ ଏଠାକୁ ଆସିଛନ୍ତି ଏବଂ ଗୁପଚୁପ୍ ଖାଉଛନ୍ତି ।

ଏହାସହ କପିଲ୍ ମଜାରେ କହିଥିଲେ କି, ଅର୍ଚ୍ଚନାଙ୍କୁ ଜଣାଥିଲା କି ଆଜି ଗୁପଚୁପ୍ ବାଲା ଆସୁଛି ତେଣୁ ସେ ନିଜ ସହିତ ପୁଅକୁ ମଧ୍ୟ ନେଇ ଆସିଛନ୍ତି । କପିଲଙ୍କ କଥା ଶୁଣି ଅର୍ଚ୍ଚନା କହୁଛନ୍ତି କି, ମୁଁ କେବଳ ଗୁପଚୁପ୍ ଟେଷ୍ଟ କରୁଛି। ତେବେ ପ୍ରାୟତଃ ଦିନ ମାନଙ୍କରେ କପିଲ ଶର୍ମା ଏପରି ଅନେକ ଭିଡିଓ ଇଷ୍ଟାଗ୍ରାମରେ ସେୟାର କରିଥାନ୍ତି ।

https://www.instagram.com/tv/B2kPiw4HYCe/?utm_source=ig_web_options_share_sheet