ଅମିତ ଶାହଙ୍କ ପୁଅ ଜୟ ଶାହ ହୋଇପାରନ୍ତି ବିସିସିଆଇ ଅଧ୍ୟକ୍ଷ

ଗୁଜୁରାଟ କ୍ରିକେଟ ସଂଘର ପୂର୍ବ ସଂଯୁକ୍ତ ସଚିବ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ବିସିସିଆଇର ଏକ ବଡ ଭୂମିକା ନିଭେଇ ପାରନ୍ତି ବୋଲି ଏକ ଚର୍ଚ୍ଚା ଜୋର ଧରିଛି । ଏହା ସହ  ବ୍ରୁଜେସ ପଟେଲ, ଭାରତୀୟ ଦଳର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲି, ଓ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ସିଂହ ମଧ୍ୟ  ବିସିସିଆଇ (ବୋର୍ଡ ଅଫ କ୍ରିକେଟ କଣ୍ଟ୍ରୋଲ ଅଫ ଇଣ୍ଡିଆ)ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିପାରନ୍ତି । ଜୟ ଶାହ ଅଧ୍ୟକ୍ଷ ବା ସେକ୍ରେଟାରୀ ଭିତରୁ କୌଣସି ଏକ ଭୂମିକାରେ ରହିପାରନ୍ତି । ଏହି ସବୁ ଆଜି କିମ୍ବା ଆସନ୍ତା କାଲି ଦିଲ୍ଲୀ କିମ୍ବା ମୁମ୍ବାଇ ଠାରେ ଅନୁଷ୍ଠିତ ହେବାକୁ ଥିବା ଅନୌପଚାରିକ ବୈଠକରେ ନିଷ୍ପତି ନିଆଯିବ ।

ଶନିବାର ଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁର,ଆଇସିସିର ପୂର୍ବ ଚେୟାରମ୍ୟାନ ଏନ.ଶ୍ରୀନିବାସନ, ଆଇପିଏଲର ପୂର୍ବ ଅଧ୍ୟକ୍ଷ ରାଜୀବ ଶୁକ୍ଳା,ଜୟ ଶାହଙ୍କ ବ୍ୟତୀତ ସୌରଭ ଗାଙ୍ଗୁଲିବି ବୈଠକରେ ଭାଗ ନେବାର ସମ୍ଭାବନା ଅଛି । ଏହା ବ୍ୟତୀତ ରବିବାର ଦିନ ସବୁ ରାଜ୍ୟର ସଂଘ ମାନଙ୍କୁ ନେଇ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହେବ । ରବିବାର ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଶନିବାର ନିଆଯାଇଥିବା ନିଷ୍ପତି ଉପରେ ହିଁ ତର୍ଜମା କରାଯିବ । ପ୍ରକାଶ ଥାଉ କି ଆସନ୍ତା ଅକ୍ଟୋବର ୨୩ ତାରିଖରେ ଅନୁଷ୍ଠିତ ହେବାକୁ ବିସିସିଆଇ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୧୪ ତାରିଖ ହିଁ ରହିଅଛି ।

 ଏହା ସହ ପଢନ୍ତୁ: ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତୀୟ ମହିଳା ଟିମ୍‌ର ବାଜିମାତ୍‌, ଦକ୍ଷିଣ ଆଫ୍ରିକାକୁ ୫ ଓ୍ଵିକେଟ୍‌ ରେ ହରାଇ ଜିତିଲା ସିରିଜ୍‌

ଲୋଧା କମିଟିର ସୁପାରିଶ କ୍ରମେ ଆସିଥିବା ସୁପ୍ରିମ କୋର୍ଟରେ ନିଆଯାଇଥିବା ନିଷ୍ପତି ମୁତାବକ ଜୟ ଆଗାମୀ ଏକ ବର୍ଷ ପାଇଁ ହିଁ ବିସିସିଆଇର ଅଧ୍ୟକ୍ଷ ରହିବେ । ଜୟ ଶାହ ବିଗତ ୫ ବର୍ଷ ଧରି ଗୁଜୁରାଟ ରାଜ୍ୟ କ୍ରିକେଟ ସଂଘର ସଂଯୁକ୍ତ  ସଚିବ ରହିଆସିଛନ୍ତି । ଏହି ନିକଟରେ ହିଁ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି । ବିସିସିଆଇ ମୁତାବକ କେନ୍ଦ୍ର ସରକାର ବହୁ ଶୀଘ୍ର ନୂଆ କ୍ରୀଡା ବିଲ ଆଣି ପାରନ୍ତି । ଶନିବାର ଅନୁଷ୍ଠିତ ହେବାକୁ ଥିବା ବୈଠକରେ ହିଁ ବିସିସିଆଇର ଅଧ୍ୟକ୍ଷ, ସଚିବ, ସଂଯୁକ୍ତ ସଚିବ, କୋଷାଧ୍ୟକ୍ଷ ଓ ଉପାଧ୍ୟକ ପଦ ପାଇଁ ନାମାଙ୍କନ କରିବାକୁ ଥିବା ପ୍ରାର୍ଥୀ ମାନଙ୍କର ନାମ ଦାଖଲ କରାଯିବ । ଏହି ନିର୍ବାଚନ ସର୍ବ ସମ୍ମତି କ୍ରମେ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.