Below header

ବିବାହରେ ବାଧା ଏବଂ ନିସନ୍ତାନ ଅଛନ୍ତି କି ? ବୁଲି ଆସନ୍ତୁ ଏହି ମନ୍ଦିରରେ ପୂର୍ଣ୍ଣ କରନ୍ତୁ ଆପଣଙ୍କ ମନୋସ୍କାମନା

ଆମ ଦେଶରେ ଅନେକ ଚମତ୍କାରୀ ମନ୍ଦିର ରହିଛି, ଯାହାର ଭିନ୍ନ ଭିନ୍ନ ମାନ୍ୟତା ରହିଛି। ଏଭଳି ଏକ ସ୍ୱତନ୍ତ୍ର ମନ୍ଦିର ପୁନେରେ ରହିଛି ଯେଉଁଠି ଶ୍ରଦ୍ଧାଳୁ ନିଜର ଭକ୍ତିକୁ ସାବ୍ୟସ୍ତ କରିବା ପାଇଁ ନିଜ ଦାନ୍ତରେ ୪୨ କିଲୋ ଓଜନର ଖଣ୍ଡାକୁ ଉଠାଇଥାନ୍ତି। ଏହି ମନ୍ଦିରର ନାମ ଖଣ୍ଡୋବା ମନ୍ଦିର। ଏଠାରେ ଦଶହରା ସମୟରେ ବିଶାଳ ମେଳାର ଆୟୋଜନ ମଧ୍ୟ କରାଯାଇଥାଏ।

pune 1

ଏଠାରେ ଖଣ୍ଡୋବାଙ୍କୁ ଭଗବାନ ଶିବଙ୍କ ଅବତାର ବୋଲି କୁହାଯାଏ। ଯେତେବେଳେ ପୃଥିବୀରେ ମଲ୍ଲ ଏବଂ ମଣି ରାକ୍ଷସ ଦ୍ୱୟର ଅତ୍ୟାଚାର ବଢିବା ଯୋଗୁଁ ସେମାନଙ୍କୁ ଶେଷ କରିବାକୁ ଖଣ୍ଡୋବା ରୂପରେ ଆସିଥିଲେ। ଏହି ମନ୍ଦିର ପୁନେ ଠାରୁ ମାତ୍ର ୪୮ କିଲୋମିଟର ଦୂର ଜେଜୁରୀରେ ରହିଛି। ଏଠାରେ ଥିବା ଖଣ୍ଡୋବା ମନ୍ଦିର ଏକ ଛୋଟ ପାହାଡ ଉପରେ ଅବସ୍ଥିତ। ଏଠାରେ ପହଞ୍ଚିବାକୁ ୨୦୦ରୁ ଅଧିକ ଶିଢି ଚଢି ଯିବାକୁ ପଡେ।

pune

ମରାଠୀରେ କୌଣସି ବଡଙ୍କୁ ସମ୍ମାନ ଦେବା ପାଇଁ ତାଙ୍କ ନାମ ପରେ ‘ବା, ରାଓ କିମ୍ବା ରାୟା’ ଲଗାଯାଇଥାଏ। ଏଥିପାଇଁ ଖଣ୍ଡୋବା, ଖଣ୍ଡେରାୟା ଏବଂ ଖଣ୍ଡୋରାବ ନାମରେ ଡକାଯାଉଛି। ଏହି ମନ୍ଦିର ହେମାଡପନ୍ଥି ଶୈଳୀରେ ନିର୍ମିତ ହୋଇଛି। ଏହାର ପାଖରେ ୧୦ରୁ ୧୨ ଫୁଟ ଆକାର ପିତ୍ତଳରେ ନିର୍ମିତ କଇଁଚ୍ଛ ସ୍ଥାପିତ ହୋଇଛି।

kandooba

ଦଶହରା ସମୟରେ ଏହି ମନ୍ଦିରରେ ଏକ ବିଶାଳ ମେଳା ଆୟୋଜନ କରାଯାଏ। ଯେଉଁଠି ସୁନାରେ ତିଆରି ହୋଇଥିବା ୪୨ କିଲୋ ଓଜନର ଖଣ୍ଡାକୁ ଶ୍ରଦ୍ଧାଳୁ ଦାନ୍ତରେ ଉଠାଇଥାନ୍ତି। ଏପରି କରି ଶ୍ରଦ୍ଧାଳୁ ନିଜର ଭକ୍ତି ପ୍ରଦର୍ଶିତ କରାଇଥାନ୍ତି। ଏହି ମନ୍ଦିରକୁ ସନ୍ତାନ ନଥିବା ଦମ୍ପତି ଆସିଲେ ସେମାନଙ୍କର ସନ୍ତାନ ହୋଇଥାଏ। ଏହାସହିତ ଯେଉଁମାନଙ୍କ ବିବାହରେ ବାଧା ଆସିଥାଏ ସେମାନେ ଏଠାକୁ ଦର୍ଶନ କରିବା ଦ୍ୱାରା ଏହା ଦୂର ହୋଇଥାଏ। ଭକ୍ତଙ୍କ ମନୋସ୍କାମନା ପୂର୍ଣ୍ଣ ହେବା ଫଳରେ ଏଠାରେ ମଣି ଦାନବଙ୍କ ପ୍ରତିମାଙ୍କ ସାମ୍ନାରେ ବଳି ଦିଆଯାଇଥାଏ।

90

ଏହି ମନ୍ଦିରରେ ଭଗବାନ ଶିବଙ୍କ ପ୍ରତିମୂର୍ତ୍ତି ଏକ ଘୋଡା ଉପରେ ଯୋଦ୍ଧା ରୂପେ ରହିଛନ୍ତି। ତାଙ୍କ ହାତରେ ରାକ୍ଷସକୁ ମାରିବା ପାଇଁ ଏକ ବଡ ଖଡଗ୍‌ ମଧ୍ୟ ରହିଛି। ପୌରାଣିକ କଥାନୁସାରେ ଭଗବାନ ଶିବ ମାର୍ତଣ୍ଡ ଭୈରବ ରୂପେ ରାକ୍ଷସଙ୍କୁ ମାରିବା ପାଇଁ ଏହି ରୂପରେ ଆସିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.