Below header

ସୋନୁ ସୁଦ୍‌ଙ୍କୁ ନିଜ ସ୍ୱଚ୍ଛତା ଅଭିଯାନର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କଲା OYO, ଏବେ ସାନିଟାଇଜର ଗୁରୁତ୍ୱ ନେଇ ସଚେତନ କରିବେ ଅଭିନେତା

ହୋଟେଲ ବିଜନେସ୍‌ କମ୍ପାନୀ ‘OYO’ ଫିଲ୍ମ ଅଭିନେତା ସୋନୁ ସୁଦ୍‌ଙ୍କୁ ନିଜ ସ୍ୱଚ୍ଛତା ଅଭିଯାନ ‘ସାନିଟାଇଜ୍‌ ବିଫେର ୟୋର ଆଇଜ୍‌’ର ବ୍ରାଣ୍ଡ ଆମାସାଡର ଭାବେ ନିଯୁକ୍ତ କରିଛନ୍ତି। ଏ ନେଇ ମଙ୍ଗଳବାର ଦିନ କମ୍ପାନୀ ତରଫରୁ ସୂଚନା ଦିଆଯାଇଛି। ଓୟୋ ହୋଟେଲ ଆଣ୍ଡ ହୋମ୍ସ ତରଫରୁ କୁହାଯାଇଛି ଏହି ଅଭିଯାନର ଲକ୍ଷ୍ୟ ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ଓୟୋ ତରଫରୁ ହୋଟେଲରେ ଆପଣା ଯାଇଥିବା ସ୍ୱଚ୍ଛତା ପ୍ରୟାସ ବିଷୟରେ ଅବଗତ କରାଇବା। ଏଥିସହ ସେମାନଙ୍କ ମଧ୍ୟରେ OYO କୁ ନେଇ ବିଶ୍ୱାସ ମଜଭୁତ କରିବା।

sonu

କମ୍ପାନୀ ତରଫରୁ କୁହାଯାଇଛି ଯେ ଏହି ଅଭିଯାନର ଲକ୍ଷ୍ୟ ହେଉଛି ହୋଟେଲକୁ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକ ନିଜ ଆଖି ସାମ୍ନାରେ ଅଧିକ ଦେଖୁଥିବା ଜିନିଷକୁ ସାନିଟାଇଜ୍‌ କରିବା ଅଭିଯାନକୁ ପ୍ରଚାର କରିବା।

ଏ ଅବସରରେ ଓୟୋର ଦକ୍ଷିଣ ଏସିଆ ବିଜ୍‌ସେନ୍‌ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରୋହିତ କପୁର କହିଛନ୍ତି ସୁଦ୍‌ ଆମ ସହ ୨୦୧୯ରୁ ଜଡ଼ିତ ଅଛନ୍ତି। ଏଣୁ ତାଙ୍କୁ ଆମ ସ୍ୱଚ୍ଛତାର ବ୍ରାଣ୍ଡ ଆମ୍ବାସାଡର କରି ଆମେ ଖୁବ୍‌ ଖୁସି ଅଛୁ। ତାଙ୍କ ଚିନ୍ତାଧାରା ଆମ ବ୍ରାଣ୍ଡ ସହ ସମ୍ପୂର୍ଣ୍ଣ ମେଳ ଖାଉଛି ବୋଲି କପୁର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.