ଫ୍ୟାନଙ୍କ ଜବରଦସ୍ତ ଡିମାଣ୍ଡ ଯୋଗୁଁ ‘ଇଣ୍ଡିଆସ୍‌ ବେଷ୍ଟ ଡ୍ୟାନ୍ସର’ ଶୋ’କୁ ଫେରୁଛନ୍ତି ନୋରା, ଏବେ ଚତୁର୍ଥ ଜଜ୍‌ ଭାବେ ଆସିବେ ନଜର

ନୋରାଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର। ଅଭିନେତ୍ରୀ ନୋରା ଫତେହୀ ନିକଟରେ ଡ୍ୟାନ୍ସ ରିଆଲିଟି ଶୋ ‘ଇଣ୍ଡିଆସ୍‌ ବେଷ୍ଟ ଡ୍ୟାନ୍ସର’ ରେ ଜଜ୍‌ ଭାବେ ନଜର ଆସିଥିଲେ। ନୋରାଙ୍କୁ ଶୋ’ରେ ପ୍ରତିଯୋଗୀଙ୍କ ସମେତ ସମସ୍ତ ଫ୍ୟାନ ମଧ୍ୟ ପ୍ରଶଂସା କରିଥିଲେ। କିନ୍ତୁ ଏହି ଶୋକୁ ପୂର୍ବରୁ ମଲାଇକା ଜଜ୍‌ କରୁଥିଲେ। ମଲାଇକାକୁ କରୋନା ହେବା ପରେ ତାଙ୍କ ସ୍ଥାନରେ ନୋରାଙ୍କୁ ରିପ୍ଲେସ କରାଯାଇଥିଲା। ତା’ ପରେ ମଲାଇକା ଭଲ ହୋଇ ସୁଟିଂକୁ ଫେରିବା ପରେ ନୋରା ଶୋରୁ ବାଦ୍‌ ପଡିଥିଲେ। ଶୋ’ରୁ ନୋରା ଯିବା ପରେ ଶୋ’ର ଟିଆରପି ବହୁତ କମ୍‌ ହୋଇଯାଇଥିଲା। ଖାସ୍‌ ସେଥିପାଇଁ ନୋରାକୁ ଶୋ’କୁ ଅଣାଯାଉଛି।

ଖବର ମୁତାବକ, ଏବେ ଏହି ଶୋକୁ ନୋରା ଫେରିବାକୁ ଯାଉଛନ୍ତି। ଫ୍ୟାନ ଏବଂ ଦର୍ଶକଙ୍କ ଡିମାଣ୍ଡ ଅନୁଯାୟୀ, ନୋରା ଶୋ’କୁ ଚତୁର୍ଥ ଜଜ୍‌ ହୋଇ ଫେରୁଛନ୍ତି। ପୂର୍ବରୁ ଏହି ଶୋରେ କୋରିଓଗ୍ରାଫର ଗୀତା କପୁର, ଟେରେନ୍ସ ଲୁଇସ ଏବଂ ମଲାଇକା ଆରୋରା ଜଜ୍‌ କରୁଥିଲେ। ନୋରା ଶୋ’କୁ ଫେରିବାକୁ ନେଇ ଜଜ୍‌ଙ୍କ ସମେତ ପ୍ରତିଯୋଗୀ ମଧ୍ୟ ବେଶ୍‌ ଖୁସି ଅଛନ୍ତି।

 

View this post on Instagram

 

Are you ready to see Nora again at IBD 🤩🔥😨 You look gorgeous honey 😍😍 • • • • • • • • • • • • • • • • • • @norafatehi #norafatehi @norafatehimafia #ektohkumzindagani #dilbar #sakisaki #pepeta #pachtaoge #norafatehimafia #bollywood #deepikapadukone @deepikapadukone #aliabhatt @aliaabhatt #priyankachopra @priyankachopra #katrinakaif @katrinakaif #shraddhakapoor @shraddhakapoor #kimkardashian @kimkardashian #kendalljenner @kendalljenner #khloekardashian @khloekardashian @kourtneykardash #arianagrande @arianagrande #jacquelinefernandez @jacquelinef143 #shahrukhkhan @shahidkapoor #salmankhan @beingsalmankhan #hrithikroshan @hrithikroshan @justinbieber #selenagomez #norafatehimafia #TheNorianas #norafatehiglam #thenorianas #bellydance #oneyearofektohkumzindagani

A post shared by 𝐍𝐎𝐑𝐀 𝐅𝐀𝐓𝐄𝐇𝐈 𝐌𝐀𝐅𝐈𝐀| 𝐄𝐔𝐑𝐎𝐏𝐄 🇪🇺 (@norafatehimafia) on

ସୂଚନାଯୋଗ୍ୟ, ନୋରାଙ୍କ ମ୍ୟୁଜିକ ଭିଡିଓ ‘ନଚ୍‌ ମେରି ରାନୀ’ ଜବରଦସ୍ତ ହିଟ୍‌ ହୋଇଛି। ଏଥିରେ ନୋରାଙ୍କ ସହିତ ଗୁରୁ ରନ୍ଧଓ୍ଵାଙ୍କ ସ୍ୱାଗ୍‌ ମୁଭ ଦେଖିବାକୁ ମିଳିଛି। ପୂର୍ବରୁ ନୋରା ବଲିଉଡର ହିଟ୍‌ ଗୀତ ‘ସାକି ସାକି, ଗରମି, କମରିୟାଁ, ଦିଲବର’ ରେ ନିଜର ଡ୍ୟାନ୍ସ ମୁଭ ଦେଖାଇ ସମସ୍ତଙ୍କୁ କିମିଆଁ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.