Below header

ଜାଣନ୍ତୁ କାହିଁକି ପରେଶ ରାୱଲଙ୍କୁ ଗଛ ତଳେ ନେବାକୁ ପଡ଼ିଥିଲା ସାତ୍ ଫେରା

ବଲିଉଡର କଳାକାରମାନଙ୍କ ମଧ୍ୟରେ ପରେଶ ରାୱଲ ଜଣେ ଲୋକପ୍ରିୟ ଅଭିନେତା। ସେ ଯେକୌଣସି ଚରିତ୍ରରେ ଏପରି ଅଭିନୟ କରିଥାନ୍ତି ଯେ, ତାଙ୍କ ମଧ୍ୟରେ ଫରକ ଜାଣିବା କଷ୍ଟକର ହୋଇଥାଏ। ପରଦାରେ ଏଭଳି କିଛି ଦେଖିବାକୁ ମିଳୁଛି କି ପ୍ରକୃତରେ ଏଭଳି ହେଉଛି ବୋଲି ଭାବି ଲୋକମାନେ ଦ୍ବନ୍ଦରେ ପଡିଯାଇଥାନ୍ତି। ୧୯୮୫ ମସିହାରେ ପରେଶ ରାୱଲ ଫିଲ୍ମ ଦୁନିଆରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଚଳିତ ବର୍ଷ ସେ ଫିଲ୍ମ ‘ଅର୍ଜୁନ’ରେ ମଧ୍ୟ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ପରେଶଙ୍କ ବ୍ୟତୀତ ସନ୍ନି ଦେଓଲ ଏବଂ ଅନୁପମ ଖେର ମଧ୍ୟ ଅଭିନୟ କରିଛନ୍ତି। ପରେଶ ଫିଲ୍ମ ଦୁଦନିଆରେ ପାଦ ଦେବାର ଗୋଟେ ବର୍ଷ ପରେ ଫିଲ୍ମ ‘ନାମ’ରେ ଅଭିନୟ କରିଥିଲେ, ଯାହା ବ୍ଲକବଷ୍ଟର ହୋଇଥିଲା। ଏହି ଫିଲ୍ମରୁ ପରେଶଙ୍କ ଲୋକପ୍ରିୟତା ବଢିଥିଲା।

paresh-rawal୩୦ ମେ ୧୯୫୦ ମସିହାରେ ମୁମ୍ବାଇର ଗୁଜୁରାଟି ପରିବାରେ ପରେଶ ଜନ୍ମ ଗ୍ରହଣ କରିଥିଲେ। ଥିଏଟର ସୋ’ କୁ ସେ ଖୁବ୍ ପସନ୍ଦ କରୁଥିଲେ। ଏପରିକି ସେ ଫିଲ୍ମକୁ ଆସିବା ପୂର୍ବରୁ ଥିଏଟରେ ଅଭିନୟ କରୁଥିଲେ। ଏହି ସମୟରେ ୧୯୭୫ ମସିହାରେ ସ୍ବରୂପ ସମ୍ପତଙ୍କ ସହ ପରେଶଙ୍କର ସାକ୍ଷାତ ହୋଇଥିଲା। ଏହାପରେ ପରେଶ ରାୱଲଙ୍କର ଏକ ଷ୍ଟେଜ୍ ସୋ’ ଦେଖିବା ପରେ ସ୍ବରୂପ ତାଭ୍କର ଫ୍ୟାନଜ ହୋଇଯାଇଥିଲେ। ଏହାପରେ ସେ ତାଙ୍କର ନା ଏବଂ ଠିକଣା ପଚାରିବା ସହ ତାଙ୍କ ଅଭିନୟର ଖୁବ୍ ତାରିଫ କରିଥିଲେ।

paresh with wifeପରେଶ ଏବଂ ସ୍ବରୂପଙ୍କର ସାକ୍ଷାତ ପରେ ଉଭୟ ପରସ୍ପରଙ୍କୁ ଭଲପାଇଥିଲେ। ଏହାପରେ ଦୁଇଜର ବିବାହ ମଧ୍ୟ କରିଥିଲେ। ଏକ ସାକ୍ଷାତକାର ମାଧ୍ୟମରେ ସ୍ବରୁପ କହିଥିଲେ ଲୋକମାନଙ୍କୁ ଏହି ସମ୍ପର୍କରେ ଜଣା ନପଡ଼ିବା ପାଇଁ ସେ ମୁମ୍ବାଇର ଲକ୍ଷ୍ମୀନାରାୟଣ ମନ୍ଦିରରେ ଥିବା ଏକ ଗଛ ତଳେ ସାତ ଫେରା ନେଇଥିଲେ କାରଣ ମନ୍ଦିରରେ ମଣ୍ଡପ ନଥିଲା। ଏହି ସମୟରେ ପାଖାପାଖି ୯ ଜଣ ପଣ୍ଡିତ ମଙ୍ଗଳ ମନ୍ତ୍ର ଜପ କରିଥିଲେ। ରିପୋର୍ଟ ଅନୁଯାୟୀ ସ୍ବରୂପ ସମ୍ପତ ୧୯୭୯ ମସିହାରେ ମିସ୍ ଇଣ୍ଡିଆ ହୋଇଥିଲେ। ଏହା ବ୍ୟତୀତ ସେ କମେଡି ସିରିଏଲ ‘ୟେ ଜୋ ହେ ଜିନ୍ଦେଗୀ’ ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିପାରିଥିଲେ। ସେ ବଲିଉଡର ଅନେକ ହିଟ୍ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି। ଏଥିସହ ସ୍ବରୂପ ଲୋକପ୍ରିୟ ଫିଲ୍ମ ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ’ ରେ ମଧ୍ୟ ଅଭିନୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.