ପୁଣି କେନ୍ଦ୍ରମନ୍ତ୍ରୀ ପଦ ପାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ

କେନ୍ୟୁଜ୍ : ପୁଣି କେନ୍ଦ୍ରମନ୍ତ୍ରୀ ପଦ ପାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଦ୍ୱିତୀୟ ଥର ମୋଦି କ୍ୟାବିନେଟରେ ସାମିଲ। ମୋଦିଙ୍କ ପ୍ରଥମ ପାଳିରେ ତାଙ୍କୁ ମିଳିଥିଲା ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ୍‌ ମନ୍ତ୍ରାଳୟ। ପରେ ସମ୍ପ୍ରସାରଣ ବେଳେ ତାଙ୍କୁ ମିଳିଥିଲା କ୍ୟାବିନେଟ୍‌ ପାହ୍ୟା। ଦକ୍ଷତା ଦେଖି ଧର୍ମେନ୍ଦ୍ରଙ୍କ କାନ୍ଧରେ ମୋଦି ଦେଇଥିଲେ ଦକ୍ଷତା ବିକାଶ ମନ୍ତ୍ରାଳୟ ଦାୟିତ୍ୱ। ମୋଦିଙ୍କ ଭିଜନ୍‌ ଉଜ୍ଜ୍ୱଳା ଯୋଜନାର ସଫଳ ରୂପାୟନରେ ଧର୍ମେନ୍ଦ୍ରଙ୍କ ପ୍ରମୁଖ ଭୂମିକା ରହିଛି। ଏଥର ବି ଧର୍ମେନ୍ଦ୍ର ମୋଦିଙ୍କ ମନ ମୋହିଛନ୍ତି। ତାଙ୍କ ଉପରେ ଭରସା କରିଛନ୍ତି ବିଜେପି କେନ୍ଦ୍ରୀୟ ନେତୃତ୍ୱ। ମନ୍ତ୍ରୀ ପଦ ମିଳିଛି।

dahrmendra_pradhan_0ବର୍ତ୍ତମାନ ମଧ୍ୟପ୍ରଦେଶରୁ ରାଜ୍ୟସଭା ସଦସ୍ୟ ଅଛନ୍ତି ଧର୍ମେନ୍ଦ୍ର। ପୂର୍ବରୁ ବିହାରରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ ବି କରିଛନ୍ତି। ଓଡ଼ିଶାରେ ବିଜେପିର ସଂଗଠନ ସଜାଡିବାରେ ଧର୍ମେନ୍ଦ୍ରଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ୨୦୧୭ ପଞ୍ଚାୟତ ନିର୍ବାଚନରେ ତାଙ୍କ ନେତୃତ୍ୱରେ ବିଜେପି ଆଶାତୀତ ସଫଳତା ପାଇଥିଲା। ଚଳିତ ନିର୍ବାଚନ ନିର୍ବାଚନ ଲଢ଼ି ନଥିଲେ ଧର୍ମେନ୍ଦ୍ର। କିନ୍ତୁ ଦଳର ପ୍ରଚାର ମଙ୍ଗ ଧରିଥିଲେ। ପ୍ରାର୍ଥୀଙ୍କ ପାଇଁ ମାଗିଥିଲେ ଭୋଟ୍‌। ମିଶନ ୧୨୦ ପ୍ଲସରେ ଦଳ ଫେଲ ମାରିଥିଲେ ମଧ୍ୟ ବିଜେପିକୁ ୨୦୧୪ ନିର୍ବାଚନ ଅପେକ୍ଷା ଅଧିକ ଆସନ ମିଳିଛି। ୨୩ଟି ବିଧାନସଭା ଆସନ ଓ ୮ଟି ଲୋକସଭା ସିଟରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ।

dharmendra-pradhan1ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ଥରେ ବିଧାୟକ ଓ ଥରେ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହାରେ ପାଲଲହଡ଼ା ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । ପରେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଧର୍ମେନ୍ଦ୍ର। ୨୦୦୯ରେ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିଥିଲା। ଏହାପରେ ପାଲଲହଡ଼ା ଆସନରୁ ପରାଜୟର ସାମନା କରିଥିଲେ। ତାପରଠୁ ଆଉ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ି ନାହାନ୍ତି ଧର୍ମେନ୍ଦ୍ର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.