Below header

କରୋନା ଭାଇରସକୁ ନେଇ ଆଉ ଏକ rap ଭିଡିଓ ଇନଷ୍ଟାଗ୍ରାମରେ ଛାଡିଲେ କାର୍ତ୍ତିକ ଆର୍ଯ୍ୟନ, ଏଥର ବି ଅଭିନେତାଙ୍କ ଅନ୍ଦାଜ ଲୋକଙ୍କୁ ଆସିଲା ପସନ୍ଦ

ବଲିଉଡ ଆକ୍ଟର କାର୍ତ୍ତିକ ଆର୍ଯ୍ୟନ କରୋନା ଭାଇରସକୁ ନେଇ ଆଉ ଏକ ନୂଆ ଭିଡିଓ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏଥିରେ ବି ସେ rap ଗୀତ ଗାଉଛନ୍ତି । ଘାତକ ମହାମାରୀ ସମୟରେ କେଉଁ କେଉଁ କଥା ଉପରେ ବିଶେଷ ଧ୍ୟାନ ରଖିବାକୁ ପଡିବ, ସେ ନେଇ କାର୍ତ୍ତିକ ଭିଡିଓରେ ଜଣାଇଛନ୍ତି ।

ସେ ଲେଖିଛନ୍ତି, ଯେ ପର୍ଯ୍ୟନ୍ତ ଘରେ ବସିବେ ନାହିଁ, ସେ ପର୍ଯ୍ୟନ୍ତ ମୁଁ ମନେ ପକାଇ ଦେଉଥିବି । Hashtagkoronastopakrona #coronarapparkona ଏହି ଶବ୍ଦକୁ ବ୍ୟବହାର କରିଚାଲନ୍ତୁ । 1 ସପ୍ତାହ ପୂର୍ବରୁ କାର୍ତ୍ତିକ ଏକ ମନୋଲଗ ମଧ୍ୟ ସେୟାର କରିଥିଲେ, ଯାହାକୁ ଲୋକେ ଖୁବ ପସନ୍ଦ କରିଥିଲେ । ତେବେ ବର୍ତ୍ତମାନ ସେୟାର କରିଥିବା ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.