Below header

କରୋନା ପିକ କହି ଯୁବତୀଙ୍କ ଉପରକୁ ପାନଛେପ ଥୁକିଥିବା ଯୁବକ ଗିରଫ, ସିସିଟିଭି ଫୁଟେଜ ଦେଖି ଧରିଲା ପୋଲିସ

ଦିଲ୍ଲୀ ନର୍ଥ ଇଷ୍ଟର ଜଣେ ଯୁବତୀଙ୍କୁ କରୋନା କହି ତାଙ୍କ ମୁଁହରେ ପାନଛେପ ଥୁକିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ତାଙ୍କ ନାଁ ଗୌରବ ବୋହରା, ବୟସ 40 । ବ୍ୟକ୍ତି ଜଣକ ସ୍କୁଟିରେ ଯାଉଥିବା ବେଳେ ରାସ୍ତାରେ ଚାଲି ଚାଲି ଯାଉଥିବା ଉକ୍ତ ଯୁବତୀଙ୍କ ଉପରେ ଥୁକି ଦେଇଥିଲେ । ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, 22 ମାର୍ଚ୍ଚ ରାତିରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ପାନଛେପ ପକାଇ କହିଥିଲେ, ଏହା କରୋନା ପିକ। ଫଳରେ ଯୁବତୀ ଏ ନେଇ ମୁଖାର୍ଜୀ ନଗର ଥାନାରେ ଏତଲା ଦେଇଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଆଇପିସି ଦଫା 509 ଅନୁଯାୟୀ ଏକ କେସ ରୁଜୁ କରିଥିଲା । ସିସିଟିଭି ଅଧାରରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.