Below header

କ୍ୱାଣ୍ଟିକୋ ପରେ ଏବେ ଏହି ୱେବସିରିଜରେ ନଜର ଆସିବେ ପ୍ରିୟଙ୍କା, ଆମାଜନ ସହିତ କଲେ ଡିଲ୍‌

ଦେଶୀ ଗାର୍ଲ ଭାବେ ଜଣାଶୁଣା ବଲିଉଡ ଅଭିତ୍ରେୀ ପ୍ରିୟଙ୍କା ଚୋପ୍ରା। ବଲିଉଡ ଠାରୁ କିଛିଦିନ ହେଲା ଦୂରେଇ ଥିବା ପ୍ରିୟଙ୍କା ଏବେ ଇଣ୍ଟରନ୍ୟାସନାଲ ପ୍ଲାଟଫର୍ମରେ ନିଜର ସ୍ଥାନ ବଜାୟ ରଖିବା ପାଇଁ ସବୁବେଳେ କିଛି ନା କିଛି କରନ୍ତି। ଏବିସି ଷ୍ଟୁଡିଓ ସିରିଜ କ୍ୱାଣ୍ଟିକୋର ତୃତୀୟ ସିଜିନ ଶେଷ ହେବା ପରେ ଆମାଜନ ପ୍ରାଇମ ଭିଡିଓ ସହିତ ଦୁଇବର୍ଷ ପର୍ଯ୍ୟନ୍ତ ଡିଲ୍‌ ସାଇନ କରିଛନ୍ତି। ଯେଉଁଥି ପାଇଁ ପ୍ରିୟଙ୍କାଙ୍କୁ ବହୁତ ବଡ ଅର୍ଥ ମଧ୍ୟ ମିଳିଛି।

ଏହାକୁ ନେଇ ପ୍ରିୟଙ୍କା କହିଛନ୍ତି, ଜଣେ ଅଭିନେତ୍ରୀ ହେଉ ଅବା ପ୍ରଯୋଜକ ହିସାବରେ ମୁଁ ଦୁନିଆର ପ୍ରତିଟି କୋଣ ଅନୁକୋଣରେ ପ୍ରଚଳିତ ଭାଷାର କାହାଣୀକୁ ଲୋକଙ୍କ ସାମ୍ନାରେ ରଖିବାକୁ ଚାହୁଁଛି। ଆମାଜନ ସହିତ ମିଶି ଏଭଳି ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଛି। ମୋର ଉଦ୍ଦେଶ୍ୟ ଲୋକଙ୍କ ମାନଙ୍କୁ କେବଳ ମନୋରଂଜନ କରିବା ନୁହେଁ ବରଂ ସେମାନଙ୍କର ବିସ୍ତୀର୍ଣ୍ଣ ବିଚାର ଏବଂ ସ୍ୱଚ୍ଛ ଦୃଷ୍ଟିକୋଣ ସହ ଚ୍ୟାଲେଞ୍ଜପୂର୍ଣ୍ଣ କାହାଣୀପାଇଁ ପ୍ରସ୍ତୁତ କରିବାକୁ ଚାହୁଁଛି। ନିଜର ୨୦ ବର୍ଷର ଫିଲ୍ମ କ୍ୟାରିଅର ମଧ୍ୟରେ ଏପର୍ଯ୍ୟନ୍ତ ୬୦ଟି ଫିଲ୍ମ କରିସାରିଛନ୍ତି।

pc

ଆମାଜନ ସହିତ କରିଥିବା ଡିଲ ଯୋଗୁଁ କିଛି ନୂଆ ମଜାଦାର କାହାଣୀ ଦର୍ଶକଙ୍କୁ ଦେଖିବାକୁ ମିଳିବ। ଏହି ପ୍ରୋଜେକ୍ଟ ପାଇ ବହୁତ ଖୁସି ଏବଂ ଉତ୍ସାହିତ ଅଛନ୍ତି ପ୍ରିୟଙ୍କା। ଏହାଛଡା ପ୍ରିୟଙ୍କା ଆଉ ଦୁଇଟି ଇଣ୍ଟର ନ୍ୟାସନାଲ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି। ଯେଉଁଥିରେ ସେ ରିଚାର୍ଡ ମେଡେନଙ୍କ ସହିତ ନଜର ଆସିବେ। ଆଉ ଏକ ପ୍ରୋଜେକ୍ଟକୁ ସେ ସ୍ୱାମୀ ନିକ୍‌ ଜୋନସଙ୍କ ସହିତ ମିଶି ନିର୍ମାଣ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.