ପୁଣି ବିବାଦରେ କିଙ୍ଗଖାନ୍ : ମନ୍ନତ ବାହାରେ ମୁତୟନ ହେଲେ ପୋଲିସ୍
ଏକ ବିଜ୍ଞାପନକୁ ନେଇ କିଙ୍ଗଖାନ୍ ବିବାଦ ପରିସରକୁ ଆସିଥିବା ଦେଖିବାକୁ ମିଳିଛି । ଶାହାରୁଖ ଖାନ୍ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଯବାନ' ରିଲିଜକୁ ଅପେକ୍ଷା କରିଥିବାବେଳେ, ପ୍ରଶଂସକମାନେ ତାଙ୍କୁ ପୁଣି ଥରେ ବଡ ପରଦାରେ ଦେଖିବାକୁ ଉତ୍ସାହିତ ଅଛନ୍ତି । ତେବେ ଏହି ବଲିଉଡ ସୁପରଷ୍ଟାର ଏକ ଅନଲାଇନ୍ ଗେମିଙ୍ଗ(Online Gaming App) ସମ୍ବନ୍ଧୀୟ ବିଜ୍ଞାପନକୁ ନେଇ ବିବାଦ ପରିସରକୁ ଆସିଥିବା ଦେଖିବାକୁ ମିଳିଛି ।

ମୁମ୍ବାଇ: ପୁଣି ବିବାଦରେ କିଙ୍ଗଖାନ୍ । ଏକ ବିଜ୍ଞାପନକୁ ନେଇ ସେ ବିବାଦ ପରିସରକୁ ଆସିଥିବା ଦେଖିବାକୁ ମିଳିଛି । ଶାହାରୁଖ ଖାନ୍ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଯବାନ’ ରିଲିଜକୁ ଅପେକ୍ଷା କରିଥିବାବେଳେ, ପ୍ରଶଂସକମାନେ ତାଙ୍କୁ ପୁଣି ଥରେ ବଡ ପରଦାରେ ଦେଖିବାକୁ ଉତ୍ସାହିତ ଅଛନ୍ତି । ତେବେ ଏହି ବଲିଉଡ ସୁପରଷ୍ଟାର ଏକ ଅନଲାଇନ୍ ଗେମିଙ୍ଗ(Online Gaming App) ସମ୍ବନ୍ଧୀୟ ବିଜ୍ଞାପନକୁ ନେଇ ବିବାଦ ପରିସରକୁ ଆସିଥିବା ଦେଖିବାକୁ ମିଳିଛି ।
ଗତ ଶନିବାର ଅଗଷ୍ଟ ୨୬ ତାରିଖରେ ଶାହାରୁଖ୍ ଏକ ଅନଲାଇନ୍ ଗେମିଂ ଆପକୁ ସମର୍ଥନ କରିବାରୁ ତାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କହିଥିଲେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ । ‘A23’ ଏକ ଅନଲାଇନ୍ ରମି ପୋର୍ଟାଲ୍, ଶାହାରୁଖ ଖାନଙ୍କୁ A23 ଗେମ୍ସ ପ୍ଲାଟଫର୍ମରେ ବ୍ରାଣ୍ଡ ଆମ୍ବାସାଡର ଭାବରେ ସ୍ୱାଗତ କରିଛି । ସେ ଏହି ଆପ୍ ପାଇଁ ଏକ ପ୍ରୋମୋ ସୁଟ୍ କରିଥିଲେ । ଯେଉଁଥିରେ ସେ କହିଛନ୍ତି ଯେ ‘ଚାଲୋ ସାଥ ଖେଲେ’। ଏହାକୁ ବିରୋଧ କରି ଅନଟଚ୍ ୟୁଥ୍ ଫାଉଣ୍ଡେସନ୍(Untouch Youth Foundation) ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି କହିଛି।
ଏହି ସଙ୍ଗଠନ କହିଛି ଯେ, ସେମାନେ ଅନଲାଇନ୍ ଗେମିଂ ଆପ୍ ଏବଂ ଜଙ୍ଗଲି ରୁମ୍ମି, ଜୁପି ଏବଂ ଅନ୍ୟ ଗେମିଂ ପୋର୍ଟାଲ୍ ବିରୋଧରେ ପ୍ରତିବାଦ କରିବେ। ବିକ୍ଷୋଭକାରୀମାନେ ଅନଲାଇନ୍ ଗେମିଂ ଆପ୍ସ ବିରୋଧରେ ସେମାନଙ୍କ ମତାମତ ଦେଇ କହିଥିଲେ ଯେ, ଏହି ପ୍ଲାଟଫର୍ମଗୁଡିକ ଯୁବପୀଢ଼ିଙ୍କୁ ଅବାଟକୁ ନେଉଛି। ତେଣୁ ଏହି ବିଜ୍ଞାପନରେ ପ୍ରସିଦ୍ଧ ଅଭିନେତା ଏବଂ ଅଭିନେତ୍ରୀମାନେ ପ୍ରମୋଟ କରି ସମାଜକୁ ବିଭ୍ରାନ୍ତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ଯାହାକୁ ନେଇ ଅନଟଚ୍ ୟୁଥ୍ ଫାଉଣ୍ଡେସନ୍ ତରଫରୁ ଶାହରୁଖ ଖାନଙ୍କ ମନ୍ନତ ବଙ୍ଗଳା ବାହାରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ।
ମନ୍ନତ ବାହାରେ ପୋଲିସ୍ ନିୟୋଜିତ:
ବାନ୍ଦ୍ରାସ୍ଥିତ ଶାହରୁଖ ଖାନଙ୍କ ଘର ମନ୍ନତ ବାହାରେ ମୁମ୍ବାଇ ପୋଲିସ୍ ମୁତୟନ ହୋଇଛନ୍ତି। ଖବର ଅନୁଯାୟୀ, ପ୍ରାୟ ୪ ରୁ ୫ ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ୍ । ଅନଲାଇନରେ ସେୟାର ହୋଇଥିବା ଏକ ଭିଡିଓରେ ମୁମ୍ବାଇ ପୋଲିସ ମନ୍ନତ ନିକଟବର୍ତ୍ତୀ ଅଞ୍ଚଳକୁ ଘେରି ରହିଥିବା ଦେଖିବାକୁ ମିଳିଛି।