ବୋହୂ ଖୋଜିପାରିଲାନି ବୋଲି ମା’ର ବେକ ଓ ଗୋଡ କାଟି ହତ୍ୟା କଲା ଦିବ୍ୟାଙ୍ଗ ପୁଅ, ଏବେ ଗିରଫ

ଦିବ୍ୟାଙ୍ଗ ଏବଂ ବେରୋଜଗାରିଆ ପୁଅ ପାଇଁ ଝିଅ ଖୋଜିବା କଷ୍ଟକର ହୋଇପଡିଥିଲା । ଆଉ ବୋହୂ ଖୋଜିପାରିଲାନି ବୋଲି ମା’କୁ ହତ୍ୟା କଲା ପୁଅ । ତେଲେଙ୍ଗାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ପୁଅ ପାଇଁ ବୋହୂ ଖୋଜିପାରିଲାନି ବୋଲି ମା’କୁ ମାରିଦେଲା କୁଳାଙ୍ଗାର ପୁଅ । ତେଲେଙ୍ଗାନାର ସିଦ୍ଧିପେଟ ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏଠାରେ ଜଣେ ୪୫ ବର୍ଷୀୟ ମହିଳାଙ୍କୁ ତାଙ୍କ ପୁଅ ହତ୍ୟା କରିଛି । ବିବାହ ପାଇଁ ଉପଯୁକ୍ତ ଝିଅ ଖୋଜିପାରିଲାନି ବୋଲି ମା’କୁ ମାରିଦେଲା ପୁଅ । ମା’ର ବେକ ଓ ଗୋଡ କାଟିଦେଲା ପୁଅ । ପୋଲିସ ଏହି ଘଟଣାରେ ଅଭିଯୁକ୍ତ ପୁଅ ଏବଂ ଜଣେ ସହଯୋଗୀକୁ ଗିରଫ କରିଛି ।

ଖବର ମୁତାବକ, ତେଲେଙ୍ଗାନାର ସିଦ୍ଧପେଟ ଜିଲ୍ଲାର ବାନ୍ଦା ମେଲାରାମ ଗାଁରେ ମା’ ଓ ପୁଅ ରହୁଥିଲେ । ପୁଅ ଦିବ୍ୟାଙ୍ଗ ଥିବାରୁ ଉପଯୁକ୍ତ ଝିଅ ଖୋଜିବା ପାଇଁ ମା’ ଉପରେ ଚାପ ପକାଉଥିଲେ । ଦିବ୍ୟାଙ୍ଗ ଏବଂ ବେରୋଜଗାର ହୋଇଥିବାରୁ ଝିଅ ମିଳିବା କଷ୍ଟକର ହୋଇଥିଲା ମହିଳାଙ୍କ ପାଇଁ । ଏହି କାରଣରୁ ମା’ ସହିତ ସବୁବେଳେ ଝଗଡା କରୁଥିଲା ପୁଅ ।

ଅଭିଯୁକ୍ତ ପୁଅ ମା’କୁ ପ୍ରଥମେ ଇଟାରେ ପିଟିପିଟି ହତ୍ୟା କରିବା ପରେ ମହିଳାଙ୍କ ଗଳା ଏବଂ ଗୋଡ କାଟିଦେଇଥିଲା । ଏହାପରେ ଏହାକୁ ଚୋରି ପାଇଁ ହତ୍ୟା ରୂପ ଦେବାକୁ ଚେଷ୍ଟା କରିଥିଲା ଦିବ୍ୟାଙ୍ଗ ପୁଅ । ୨୧ ବର୍ଷୀୟ ଅଭିଯୁକ୍ତ ଯୁବକଙ୍କୁ ଏହି କାମରେ ସହଯୋଗ କରିଥିଲେ ଜଣେ ନିଜ ସଂପର୍କୀୟ ଲୋକ ।

ପୋଲିସ ଘଟଣା ବିଷୟରେ ଜାଣିବା ପରେ ଅଭିଯୁକ୍ତ ପୁଅ ଏବଂ ଜଣେ ସଂପର୍କୀୟକୁ ଗିରଫ କରିବା ପରେ ସେମାନେ ସବୁକିଛି ସ୍ୱୀକାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.