କେଶ ଝଡୁଥିଲେ ଘରେ ପ୍ରସ୍ତୁତ କଣ୍ଡିସନର ଲଗାନ୍ତୁ, ଜାଣନ୍ତୁ କିପରି କରିବେ ଏହି କଣ୍ଡିସନର

ବଜାରରେ ମିଳୁଥିବା କଣ୍ଡିସନର କେମିକାଲ ଯୁକ୍ତ ହୋଇଥାଏ । ଯାହା ଦ୍ୱାରା କେଶ ସୁନ୍ଦର ହେବା ବଦଳରେ ଖରାପ ହୋଇଯାଏ । ତେଣୁ ବଜାରରେ ମିଳୁଥିବା କେମିକାଲ ଯୁକ୍ତ କଣ୍ଡିସନର ବ୍ୟବହାର ନକରି ଆପଣ ଘରେ ପ୍ରସ୍ତୁତ ହେଉଥିବା କଣ୍ଡିସନର ବ୍ୟବହାର କରି ସୁନ୍ଦର ଏବଂ ମଜବୁତ କେଶ ପାଇପାରିବେ ।

ବର୍ତ୍ତମାନ ସମୟରେ ପ୍ରାୟତଃ ଅଧିକ କେଶ ଜଡ଼ିତ ଅନେକ ସମସ୍ୟା ସାମ୍ନାକୁ ଆସୁଛି । ସେଥିପାଇଁ କେଶକୁ ମୋଟା ଏବଂ ସୁନ୍ଦର ରଖିବା ପାଇଁ ସାମ୍ପୁ କରିବା ପରେ କଣ୍ଡିସନର ଲଗାଇବା ଜରୁରୀ ହୋଇଥାଏ ଯାହା କେଶକୁ ସୁନ୍ଦର କରିଥାଏ । ହେଲେ ବଜାରରେ ମିଳୁଥିବା କଣ୍ଡିସନର କେମିକାଲ ଯୁକ୍ତ ହୋଇଥାଏ । ଯାହା ଦ୍ୱାରା କେଶ ସୁନ୍ଦର ହେବା ବଦଳରେ ଖରାପ ହୋଇଯାଏ । ତେଣୁ ବଜାରରେ ମିଳୁଥିବା କେମିକାଲ ଯୁକ୍ତ କଣ୍ଡିସନର ବ୍ୟବହାର ନକରି ଆପଣ ଘରେ ପ୍ରସ୍ତୁତ ହେଉଥିବା କଣ୍ଡିସନର ବ୍ୟବହାର କରି ସୁନ୍ଦର ଏବଂ ମଜବୁତ କେଶ ପାଇପାରିବେ ।

ଯଦି ଆପଣଙ୍କ କେଶ ଶୁଷ୍କ ହେଉଛି ତାହେଲେ ଘରେ ପ୍ରସ୍ତୁତ ହେଉଥିବା କଣ୍ଡିସନର ବ୍ୟବହାର କରିବା ଆରମ୍ଭ କରନ୍ତୁ । ତେବେ ଜାଣନ୍ତୁ କେଉଁ କେଉଁ ଜିନିଷରୁ ଘରେ ତିଆରି କରିପାରିବେ ଏହି ପ୍ରାକୃତିକ କଣ୍ଡିସନର । ଯାହା ଦ୍ୱାରା ଆପଣଙ୍କ କେଶ ମୋଟା ଓ ସୁନ୍ଦର ହେବ ।

୧- ନଡିଆ ତେଲ ଏବଂ ମହୁର କଣ୍ଡିସନର :
. ପ୍ରଥମେ ୨ ବଡ ଚାମଚ ନଡିଆ ତେଲରେ ୧ ବଡ ଚାମଚ ମହୁ ମିଶାନ୍ତୁ ।
. ଏହା ପରେ ଓଦା କେଶରେ ମୂଳରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ଲଗାନ୍ତୁ ।
. ଲଗାଇବାର ପ୍ରାୟ ୧ ଘଣ୍ଟା ରୁ ୩୦ ମିନିଟ୍‌ ପରେ ଉସୁମ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ ।

୨- ଅଲିଭ୍‌ ଅଏଲେ ଏବଂ ଆଲୋଭେରା ଜେଲ୍‌ର କଣ୍ଡିସନର :
. ଅଲିଭ୍‌ ଅଏଲ ସହ ଆଲୋଭେରା ଜେଲ୍‌ ଭଲ ଭାବେ ମିଶାନ୍ତୁ ।
. କେଶର ମୂଳରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ଲଗାନ୍ତୁ ।
. ଏହା ପରେ କେଶକୁ ଏକ ଗରମ ଟାେଓ୍ଵଲରେ ଗୁଡାଇ ୩୦ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ ।
. ପ୍ରାୟ ୩୦ ମିନିଟ୍‌ ପରେ କେଶକୁ ଭଲ ଭାବେ ସାମ୍ପୁ କରି ସଫା କରନ୍ତୁ ।

୩- ଆଭାକାଡୋ ଏବଂ କଦଳୀର କଣ୍ଡିସନର :
. ପ୍ରଥମେ ଗୋଟିଏ ପାଚିଲା ଆଭାକାଡୋ ଏବଂ ଗୋଟିଏ ପାଚିଲା କଦଳୀକୁ ଏକ ପାତ୍ରରେ ମିଶାନ୍ତୁ ।
. ପରେ ସେଥିରେ ୧ ଚାମଚ ଅଲିଭ୍‌ ଅଏଲ ପକାଇ ଭଲ ଭାବେ ମିଶାନ୍ତୁ ।
. ଏହି ମିଶ୍ରଣକୁ ଓଦା କେଶରେ ମୂଳରୁ ଆରମ୍ଭ କରି ଲମ୍ବା ପର୍ଯ୍ୟନ୍ତ ଲଗାନ୍ତୁ ।
. ଏହା ପରେ ୨୦ ରୁ ୩୦ ମିନିଟ୍‌ ପାଇଁ କେଶକୁ ସେହି ପରି ଛାଡିଦିଅନ୍ତୁ ।
. ତେବେ ଏହାକୁ ଲଗାଇବାର ୩୦ ମିନିଟ୍‌ ପରେ ଭଲ ଭାବେ କେଶକୁ ସାମ୍ପୁ କରି ଧୋଇଦିଅନ୍ତୁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.