ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ, ଜଣେ ନକ୍ସଲ ମୃତ 

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ରହିଥିବା ଛତିଶଗଡ ଅନ୍ତର୍ଗତ ବୋରେଇ ଥାନା ଅନ୍ତର୍ଗତ ଏକବାରି ଜଙ୍ଗଲ ମଧ୍ୟରେ ଯବାନ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟରେ ଜଣେ ନକ୍ସଲର ମୃତ୍ୟୁ ହୋଇଥିବା ଜଣାପଡିଛି I

ଉମରକୋଟ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ରହିଥିବା ଛତିଶଗଡ ଅନ୍ତର୍ଗତ ବୋରେଇ ଥାନା ଅନ୍ତର୍ଗତ ଏକବାରି ଜଙ୍ଗଲ ମଧ୍ୟରେ ଯବାନ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟରେ ଜଣେ ନକ୍ସଲର ମୃତ୍ୟୁ ହୋଇଥିବା ଜଣାପଡିଛି I ସୂଚନା ଅନୁଯାଇ ଓଡିଶା ଛତିଶଗଡ ସୀମାନ୍ତ ସ୍ଥାନୀୟ କୁନ୍ଦେଇ ଥାନା ଠାରୁ ମାତ୍ର ୫ କିଲୋମିଟର ଦୂରରେ ରହିଛି ଛତିଶଗଡର ନକ୍ସଲ ପ୍ରଭାବିତ ଅଞ୍ଚଳ ବୋରାଇ ଥାନା l

ଏହି ଥାନା ଅନ୍ତର୍ଗତ ଏକବାରୀ ଜଙ୍ଗଲରେ ନକ୍ସଲ ମାନଙ୍କ ଉପସ୍ଥିତି ସମ୍ପର୍କରେ ପୁଲିସ ସୂଚନା ପାଇବା ପରେ ଗତକାଲି ରାତିରେ ଧମତରୀ ଓ ଗାରିଆବନ୍ଦ ଜିଲ୍ଲା ରିଜର୍ଭ ପୁଲିସର ମିଳିତ ସର୍ଚ ଅପରେସନ୍ ହୋଇଥିଲା | ଏହାପରେ ବିଳମ୍ବିତ ରାତିରେ ଉଭୟ ନକ୍ସଲର ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା |

ରାତିରେ ହୋଇଥିବା ମୁକାବିଲାରେ ଜଣେ ନକ୍ସଲ ମୃତ୍ୟୁ ଘଟିଥିବା ସକାଳୁ ପୁଲିସକୁ ସୂଚନା ମିଳିଥିଲା l ନକ୍ସଲ ୟୁନିଫର୍ମ୍ ରେ ମିଳିଥିବା ମୃତଦେହ ସହିତ ମାଓ ସାମଗ୍ରୀ ଓ କିଛି ଅସ୍ତ୍ରଶସ୍ତ୍ର ଘଟଣା ସ୍ଥଳରୁ ପୁଲିସ ଜବତ କରିଥିବା ଜଣାପଡିଛି | ମୃତ ନକ୍ସଲର ପରିଚୟ ମିଳିପାରି ନଥିବା ବେଳେ ତାର ଶବକୁ ବୋରେଇ ଥାନାକୁ ଅଣା ଯାଇଛି l ଏହି ଘଟଣା ପରେ ପୁଲିସ ପକ୍ଷରୁ ସର୍ଚ ଅପରେସନ୍ କୁ କଡ଼ାକଡ଼ି କରାଯଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.