Below header

ବ୍ରେନ୍ ଷ୍ଟ୍ରୋକ୍‌ର ଶିକାର ହେବା ପରେ ସାମ୍ନାକୁ ଆସିଲା ‘ଆଶିକି’ ଫେମ୍ ରାହୁଲ ରୟଙ୍କ ପ୍ରଥମ ଝଲକ, ଦେଖନ୍ତୁ ଫଟୋ

ନିକଟରେ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ‘ଆଶିକି’ ଫେମ୍ ରାହୁଲ ରୟ। କିଛି ଦିନ ତଳେ ଖବର ଆସିଥିଲା ଯେ ସୁଟିଂ ବେଳେ ରାହୁଲଙ୍କୁ ବ୍ରେନ୍ ଷ୍ଟ୍ରୋକ ହୋଇଥିଲା। ଏହା ପରେ ତାଙ୍କ ଡାହାଣ ହାତ ପ୍ରଭାବିତ ହୋଇଥିଲା।

ଏବେ ରାହୁଲ ରୟ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ନିକଟରେ ସେ ନିଜ ହସ୍ପିଟାଲ କ୍ୟାବିନରୁ କିଛି ସମୟ ବାହାରକୁ ଆସିଥିଲେ। ଏହି ସମୟରେ ତାଙ୍କର ଫଟୋ ସୁଟ୍‌ ହୋଇଥିଲା। ଯେଉଁ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି।

 

View this post on Instagram

 

A post shared by ETimes (@etimes)

ଫିଜିଓ ଏକ୍ସରସାଇଜଜ୍ ଗାର୍ଡେନରେ ରାହୁଲ କ୍ୟାମେରା ସାମ୍ନାରେ ହସୁଥିବା ଦେଖିବାକୁ ମିଳିଛି। ରିପୋର୍ଟ ମୁତାବକ , ରାହୁଲ ଫୋନରେ ବି କଥାବାର୍ତ୍ତା କରିବା ଆରମ୍ଭ କଲେଣି। ଶନିବାର ସକାଳେ ସେ ଦିଲ୍ଲୀରେ ନିଜ ସାଙ୍ଗ ଅଶ୍ୱିନୀ କୁମାରଙ୍କ ସହ ଗୋଟେ ମିନିଟ ପାଇଁ କଥା ହୋଇଛନ୍ତି। କଥା ହେବା ପରେ ଅଶ୍ୱିନୀ କହିଛନ୍ତି, ରାହୁଲ ଏବେ ପୂର୍ବ ଅପେକ୍ଷା ଭଲ ଅଛନ୍ତି। ସେ ଖାଇବା ପିଇବା ବି ଆରମ୍ଭ କଲେଣି। ଅଶ୍ୱିନୀ କହିଛନ୍ତି ରାହୁଲଙ୍କ ବ୍ରେନରେ ଏକ କ୍ଲଟ୍ ହୋଇଛି। ମେଡିସିନ ମାଧ୍ୟମରେ ତାହାକୁ ଠିକ କରିବାକୁ ଚେଷ୍ଟା କରାଯାଉଛି।

ସୂଚନାଯୋଗ୍ୟ ଯେ ଫିଲ୍ମ ସୁଟିଂ ବେଳେ ରାହୁଲ ରୟ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚେକଅପ୍ ପରେ ତାଙ୍କର ବ୍ରେନ୍ ଷ୍ଟ୍ରୋକ ହୋଇଥିବା ଜଣାପଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.