ସରକାରଙ୍କ ସହ ବୈଠକରେ ‘ମୌନ ବ୍ରତ’ରେ ବସିଛନ୍ତି କୃଷକ, ହଁ କିମ୍ବା ନା’ରେ ମାଗୁଛନ୍ତି ଜବାବ

ଏବେ ଦେଶରେ କୃଷକଙ୍କ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି। ସରକାରଙ୍କ ସହ ପଞ୍ଚମ ଥର ଆଲୋଚନା ବେଳେ କୃଷକମାନେ ‘ମୌନ ବ୍ରତ’ କରିଛନ୍ତି। ଏଥିସହ ତିନିଟି ନୂଆ କୃଷି ଆଇନକୁ ଫେରେଇ ନେବା ବିଷୟରେ ସରକାରଙ୍କ ଠାରୁ ହଁ କିମ୍ବା ନା’ରେ ଉତ୍ତର ମାଗିଛନ୍ତି। ଏନେଇ କୃଷକ ନେତା ସୂଚନା ଦେଇଛନ୍ତି।

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ସମେତ ତିନି କେନ୍ଦ୍ର ମନ୍ତ୍ରୀଙ୍କ ସହ ପ୍ରାୟ ୪ ଘଣ୍ଟା ଯାଏଁ ଚାଲିଥିବା ବୈଠକରେ କୃଷକ ନେତା ସରକାରଙ୍କ ଠାରୁ କୃଷି ନୀତି ହଟାଇବ କି ନାହିଁ ସିଧାସଳଖ ହଁ କିମ୍ବା ନା’ରେ ଜବାବ ମାଗିଥିଲେ।

ପଞ୍ଜାବ କୃଷକ ୟୁନିୟନର ନେତା ରୁଲଧୁ ସିଂହ କହିଛନ୍ତି, କୃଷକ ୟୁନିୟନର ନେତା ‘ମୌନ ବ୍ରତ’ରେ ବସିଛନ୍ତି। ଅଲ ଇଣ୍ଡିଆ କୃଷକ ସଂଘର୍ଷ କୋ-ଅଡିନେସନ୍ କମିଟି(AIKSCC)ର କବିତା କରୁଙ୍ଗତି କହିଛନ୍ତି, ସରକାର କୃଷକ ନେତାଙ୍କ ପ୍ରଶ୍ନର ଉତ୍ତର ଦେଇନାହାନ୍ତି। କୃଷକ ନେତା କହିଛନ୍ତି, ଆମେ ସରକାରଙ୍କ ସହ ଅଧିକ ଆଲୋଚନା କରିବାକୁ ଚାହୁଁନୁ। ଆମକୁ କେବଳ ଏହି ଆଇନ ଉଠେଇବେ କି ନାହିଁ ହଁ କି ନା’ରେ ଜବାବ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.