Below header

ସମ୍ବଲପୁର: ଟ୍ରେନ୍‌ ଧକ୍କାରେ ହାତୀ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ସମ୍ବଲପୁର ରେଳ ଡିଭିଜନ୍‌ DRM

ସମ୍ବଲପୁର(କେ ନ୍ୟୁଜ): ଟ୍ରେନ୍‌ ଧକ୍କାରେ ହାତୀ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ। ତଦନ୍ତ ନିର୍ଦ୍ଦେଶ ଦେଲେ ସମ୍ବଲପୁର ରେଳ ଡିଭିଜନ୍‌ DRM । ୩ ଜଣିଆ ଟିମ୍‌ ହାତୀ ମୃତ୍ୟୁର ପ୍ରକୃତ କାରଣ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଧକ୍କାରେ ଏକ ହାତୀର ମୃତ୍ୟୁ ହୋଇଥିଲା।

ସମ୍ବଲପୁର ଜିଲ୍ଲା ଯୁଯୁମୁରା- ହାତୀବାରୀ ବରଗଡବାହାଲ ନିକଟରେ ଏହି ଦୁର୍ଘଟଣାଟି ଘଟିଥିଲା। ମୃତ୍ୟୁ ଘଟିଥିବା ହାତୀର ବୟସ ୧୦ରୁ ୧୨ ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି । ପୂର୍ବରୁ ନଭେମ୍ବର ୩୦ ତାରିଖରେ ମଧ୍ୟ ବିଦ୍ୟୁତ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.