Below header

ଭାଇ ରାଜୀବ କପୁରଙ୍କ ସମ୍ପତ୍ତି ଦାବି କରି କୋର୍ଟରେ କରିନାଙ୍କ ବାପା ରଣଧୀର

ମୁମ୍ବାଇ : ବଲିଉଡ୍‌ରେ କପୁର ଖାନଦାନକୁ କିଏ ବା ନଜାଣେ । ସମସ୍ତଙ୍କୁ ଜଣାଥିବ ଯେ ନିଜଟରେ ଅଭିନେତା ଋଷି କପୁରଙ୍କ ଦେହାନ୍ତ ହୋଇଥିଲା । ତା ପରେ ପରେ ଗତ ଫେବ୍ରୁଆରୀ ୬ ତାରିଖରେ କପୁର ଭାଇଙ୍କ ଭିତରେ ସବା ସାନ ତଥା ରାଜ କପୁରଙ୍କ ସାନ ପୁଅ ରାଜୀବ କପୁରଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି । ଋଷି କପୁରଙ୍କର ସିନା ପତ୍ନୀ ନୀତୁ ଓ ପୁଅ ରଣବୀର ଅଛନ୍ତି ହେଲେ ରାଜୀବଙ୍କର ଆଗକୁ ପଛକୁ କେହି ନାହାନ୍ତି । ଅନେକ ଦିନରୁ ସେ ଏକା ରହୁଥିଲେ । ପତ୍ନୀ ଆରତୀ ସବରଓ୍ଵାଲଙ୍କ ସହ ତାଙ୍କର ଛାଡ଼ପତ୍ର ହୋଇ ସାରିଥିଲା । ହେଲେ ରାଜୀବ ସିନା ଚାଲିଗଲେ ତେବେ ନିଜ ପଛରେ ଛାଡ଼ି ଯାଇଛନ୍ତି ପ୍ରାୟ ୪୮ କୋଟି ଟଙ୍କାର ସମ୍ପତ୍ତି । ଯାହାକୁ ନେଇ ଏବେ କୋର୍ଟରେ ପହଞ୍ଚିଛନ୍ତି ରାଜୀବଙ୍କ ବଡ଼ ଭାଇ ତଥା କରିନା ଓ କରିଶ୍ମା କପୁରଙ୍କ ବାପା ରଣଧୀର କପୁର ଏବଂ ତାଙ୍କ ଭଉଣୀ ରିମା ।

ଏମାନେ ଦାବି କରିଛନ୍ତି ଯେ ରାଜୀବଙ୍କ ସବୁ ସମ୍ପତ୍ତିର ସେମାନେ ହେଉଛନ୍ତି ଏକମାତ୍ର ହକଦାର । ଏ ନେଇ ସେମାନେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ । ତେବେ କୋର୍ଟ କହିଲେ ରାଜୀବଙ୍କ ଛାଡ଼ପାତ୍ର ନେଇ ଥିବା କାଗଜପତ୍ର ଆଣ । ଏଥିରେ କିନ୍ତୁ ବିଫଳ ହେଲେ ରଣଧୀର ଓ ରିମା । କୋର୍ଟଙ୍କୁ ନିବେଦନ କଲେ ଆମେ ଖୋଜୁଛୁ କିନ୍ତୁ ଆମକୁ ଛାଡ଼ପତ୍ରର କୌଣସି କାଗଜପତ୍ର ମିଳୁ ନାହିଁ । ତେଣୁ କୋର୍ଟ କହିଲେ ଏହା ବଦଳରେ ସ୍ୱୀକୃତିପତ୍ର ଆଣିଲେ ଯାଇ ବିଚାର ଆଗକୁ ବଢ଼ିବ । ଏମେ ଏହି ମାମଲାର ଶୁଣାଣି ସ୍ଥଗିତ ରହିଛି ।

RAJIV KAPOOR-2
Image source-ndtv

ମିଳିଥିବା ସୂଚନା ଅନୁସାରେ, କପୁର ଖାନଦାନର ଚାଲିଥିବା ବିଭିନ୍ନ ବ୍ୟବସାୟ ରାଜୀବଙ୍କ ନାଁରେ ଥିଲା । ତେବେ ଏଭଳି ଅଚାନକ ଭାବେ ତାଙ୍କର ପରଲୋକ ହୋଇଯିବ ବୋଲି କେହି କଳ୍ପନା ମଧ୍ୟ କରିନଥିଲେ । ଏମିତିକି ଅନେକ ବର୍ଷ ହେବ ଅଭିନୟ ଦୁନିଆରୁ ଦୂରେଇ ରହିଥିବା ରାଜୀବ ଆଶୁତୋଷ ଗୁଆରେକରଙ୍କ ଫିଲ୍ମ ଜରିଆରେ ପୁଣି ପରଦାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଫିଲ୍ମର ସୁଟିଂ ମଧ୍ୟ ସରି ଯାଇଛି । ହେଲେ ତା ପୂର୍ବରୁ ସେ ସମସ୍ତଙ୍କୁ ଛାଡ଼ି ଚାଲିଗଲେ । ଏଥିରେ ବଡ଼ ଭାଇ ରଣଧୀର ଖୁବ୍‌ ଭାଙ୍ଗି ପଡ଼ିଛନ୍ତି । ତେବେ ରାଜୀବଙ୍କ ନାଁରେ ଥିବା ଏହି ୪୮ କୋଟିର ସମ୍ପତ୍ତିକୁ ନେଇ କୋର୍ଟ କଣ ଫଇସଲା ଶୁଣାଉଛନ୍ତି ତାକୁ ନେଇ ସମସ୍ତଙ୍କ ଭିତରେ ଭାରି ଉତ୍କଣ୍ଠା ।

 

 

Image source-punjab keshari

Image source-ndtv

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.