Realme ଇଣ୍ଡିଆର ସିଇଓଙ୍କ ପକ୍ଷରୁ ମଇ ୪ ତାରିଖରେ ଲଞ୍ଚ ହେବାକୁ ଥିବା ଡିଭାଇସ ଉପରେ ଲାଗିଲା ରୋକ

ରିୟଲ ମି ସ୍ମାର୍ଟଫୋନ ଫ୍ୟାନ୍ସଙ୍କ ପାଇଁ ଆସିଲା ଜରୁରୀ ସୂଚନା । ରିୟଲ ମିର ଲଞ୍ଚ ହେବାକୁ ଯାଉଥିବା ନୂଆ ସ୍ମାର୍ଟଫୋନ ଭାରତୀୟ ବଜାରରେ ପ୍ରବେଶ କରିବାକୁ ନେଇ ଲାଗିଲା ରୋକ । କୋଭିଡ ମାହମାରୀକୁ ଦୃଷ୍ଟିରେ ରଖି ଏହାର ଲଞ୍ଚ ହେବାର ତାରିଖକୁ ପରିବର୍ତ୍ତର୍ନ କରାଯାଇଛି । ସୂଚନା ମୁତାବକ ଏଥର କମ୍ପାନୀ ପକ୍ଷରୁୁ ନୂଆ ସ୍ମାର୍ଟଫୋନ ସହ ସ୍ମାର୍ଟ ଟିଭି ଲଞ୍ଚ କରାଯାଇଥାନ୍ତା । Realme X7 Max ଫୋନ ସହ Realmeର 4K 43 ଇଞ୍ଚ ଟିଭି ଭାରତୀୟ ବଜାରରେ ପ୍ରବେଶ ହୋଇଥାନ୍ତା ।

ରିୟଲ ମି ଇଣ୍ଡିଆର ସିଇଓ ମାଧବ ରାଠିଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଦେଶରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଲଞ୍ଚ ହେବାକୁ ଥିବା ତାରିଖକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଭଳି ବିପଦପୂର୍ଣ୍ଣ ପରିସ୍ଥିତିକୁ ଧ୍ୟାନରେ ରଖି ସମସ୍ତଙ୍କୁ ଘରେ ସୁରକ୍ଷିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରତିବର୍ଷ ମଇ ୪ ତାରିଖକୁ ରିୟଲ ମିର ଆନିର୍ଭସରୀ ପାଳନ କରାଯାଏ । ଏହିଦିନ କମ୍ପାନୀ ତରଫରୁ ଆକର୍ଷଣୀୟ ଅଫର ମଧ୍ୟ ରଖାଯାଏ । ଏଥିପାଇଁ ଆୟୋଜିତ ହେବାକୁ ଥିବା ସ୍ପେଶାଲ ଇଭେଣ୍ଟକୁ ମଧ୍ୟ ସ୍ଥଗିତ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.