ଗୀତ ଗାଇବାର ସୁଯୋଗ ପାଇଲା ଭାଇରଲ ବଏ ତ୍ରୈଲୋକ୍ୟ, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସହ କଲେ ଗୀତ ରେକର୍ଡ

କେନ୍ୟୁଜ୍(ବ୍ୟୁରୋ): ଗୀତ ଗାଇବାର ସୁଯୋଗ ପାଇଲା ଭାଇରଲ ବଏ ତ୍ରୈଲୋକ୍ୟ।  ମୁଁ ଇସ୍କୁଲ ରେ ପଢୁଛି ମୁଁ ପ୍ରଥମ ଶ୍ରେଣୀରେ ପଢୁଛି ଏହି ଲାଇନ କଥା ବେଶ୍ ଭାଇରାଲ ହୋଇଥିଲା। ଏହି ଲାଇନକୁ ନେଇ ଅନ୍ଯ ଏକ ପିଲାଟିଏ ଗୀତ ଗାଇ ଚର୍ଚ୍ଚାରେ ଆସିଥିଲେ। ଯାହାକୁ ବିରୋଧ କରିଥିଲେ ତ୍ରୈଲୋକ୍ୟ । ନିଜେ କହିଥିବା କଥାକୁ  କାହିଁକି  ଭାଇରାଲ  କରି ପଇସା ଇନକମ କରୁଛ ବୋଲି ପ୍ରଶ୍ନ କରିଥିଲେ ତ୍ରୈଲୋକ୍ୟ। ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଆମଣକୁଦ ଗାଁରେ ତ୍ରୈଲୋକ୍ୟଙ୍କ ଘର।

trailokya 3

ତାଙ୍କ ସ୍କୁଲଟି ଏମ.ଇ ସ୍କୁଲରେ ମିଶ୍ରଣ ହୋଇଯିବାରୁ ମିଡିଆ ଆଗରେ ନିଜର ପ୍ରତିକ୍ରିୟା ଦେଇଥିଲେ କୁନି ବାଳକ ଜଣକ। କହିଥିଲେ ‘‘ ମୁଁ ଇସ୍କୁଲରେ ପଢୁଛି, ମୁଁ ପ୍ରଥମ ଶ୍ରେଣୀରେ ପଢୁଛି, ମୁଁ ଶୁଣିଲି ଆମ ସ୍କୁଲ କୁଆଡ଼େ ଉଠିଯାଇ ମାଇନର ସ୍କୁଲରେ ମିଶିଯାଉଛି? ଯଦି ଆମେ ବଣ ରାସ୍ତାରେ ଇସ୍କୁଲ ଯିବୁ ଆମକୁ ଯଦି ଷଣ୍ଢ  ମାରିଦେବ ତାହାଲେ ଆମ ବାପା ମାକୁ ଆଉ ଗୋଟେ ପୁଅ ଆଣି ଦେବ?, ଆଉ ଯଦି ଆମେ ପିଚୁ ରାସ୍ତାରେ ଯିବୁ ଆମକୁ ଯଦି ଗାଡ଼ି ଚଢିଯିବ ତେବେ ଆମ ଘରକୁ ଗୋଟ ପୁଅ ଆଣି ଦେବ? ’’ ଏମିତି କହି ନିଜ ଅଭିଯୋଗଟି ଗଣମାଧ୍ୟମ ଦ୍ବାରା ସକକାରଙ୍କୁ ଜଣାଇଥିଲା । ଯାହା ବେଶ୍ ଭାଇରାଲ ହୋଇଥିଲା।

trailokya 1

ଥଙ୍ଗ ଥଙ୍ଗ କଣ୍ଠରେ କହିଥିବା ଦୁଇ ଲଇନ କଥା ଯେ ଲୋକଙ୍କ ମନକୁ ଏତେ ଛୁଇଁଯିବ ତାହା ସେ କେବେ ଜାଣି ନଥିଲେ। ଆଜି ଓଡିଶାର କୋଣନୁକୋଣେ ତାଙ୍କ ଦୁଇ ପଦ କଥା ବେଶ୍ ଭାଇରାଲ ହେବାରେ ଲାଗିଛି।  ଗତକାଲି ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ତ୍ରୈଲୋକ୍ୟଙ୍କୁ ଏକ ଗୀତରେ ରାପ୍ ପାଇଁ ସୁଯୋଗ ଦେଇଛନ୍ତି। ନିଜ ପରିବାର ସହ ତ୍ରୈଲୋକ୍ୟ କଟକ ଆସି ଅଭିଜିତ ମଜୁମଦାରଙ୍କ ସହିତ ଏକ ଗୀତ ରେକର୍ଡ କରିଛନ୍ତି। ତ୍ରୈଲୋକ୍ୟଙ୍କ ଏହି ସଫଳାତାକୁ  ନେଇ ତାଙ୍କ ପରିବାର ଲୋକେ ବେଶ୍ ଖୁସିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.