Below header

ସମସ୍ତଙ୍କୁ ହୋଲି ଖେଳିବାକୁ ମନା କରିଲେ ରାକ୍ଷୀ ସାଓ୍ଵନ୍ତ, ହେଲେ କାହିଁକି ?

ଡ୍ରାମା କୁଇନ ରାକ୍ଷୀ ସାଓ୍ଵନ୍ତ କିଛି ନା କିଛି ଘଟଣାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ରାକ୍ଷୀ କରୋନା ଭାଇରସ କୁ ନେଇ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ଜରିଆରେ କିପରି କରୋନାରୁ ବର୍ତ୍ତି ପାରିବେ ରାକ୍ଷୀ ଉପାୟ ବତାଇଛନ୍ତି। ଏହି ଭିଡିଓରେ ରାକ୍ଷୀ କହିଛନ୍ତି, ଚଳିତବର୍ଷ ଲୋକେ ହୋଲି ରଙ୍ଗ ନ ଖେଳି ଏହି ଉତ୍ସବ ପାଳନ କରନ୍ତୁ। ଏହି ରଙ୍ଗ ଯୋଗୁଁ ମଧ୍ୟ କରୋନା ହୋଇପାରେବୋଲି ରାକ୍ଷୀ କହିଛନ୍ତି। ରାକ୍ଷୀଙ୍କ କହିବାନୁଯାୟୀ, ଚୀନରେ ବେଲୁନ ଏବଂ ରଙ୍ଗ ଖେଳିବା ପାଇଁ ପ୍ରସ୍ତୁତ ଖେଳନା ପ୍ରସ୍ତୁତ ହୋଇଥାଏ ବୋଲି ସେ ଶୁଣିଛନ୍ତି। ଯଦି ଏହା ଜରିଆରେ ଆପଣ ହୋଲି ଖେଳନ୍ତି କରୋନା ଭାଇରସର ସମ୍ଭାବନା ବଢିଯାଇପାରେ। ତେଣୁ ଚଳିତବର୍ଷ ହୋଲି ନ ଖେଳି ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ।

 

View this post on Instagram

 

Dear All, Please note that CORONA VIRUS is very harmful and dangerous for our life. We request to take this seriously and try to take precautions from this. HOLI festival is coming and most of colour ballons and all products are made of china products. We never know from where this virus will effect us. Request you all to for atleast this year avoid to play HOLI and dont make any arrangement for same at your society or near premises. For 2-3 hrs enjoyment may take somebody life at risk.Please SAVE your Life and people surrounding you. Our premises need to kept clean and take measures to avoid outdoor particle or object or material that can create damage. Please dont make HOLI festival to play with someone LIFE.. ..kindly share this message to create awareness. 🙏🙏🙏

A post shared by Rakhi Sawant (@rakhisawant2511) on

ଏହି ଭିଡିଓରେ ରାକ୍ଷୀ ହୋଲି ନ ଖେଳିବା ଏବଂ ଦିଲ୍ଲୀରେ ହୋଇଥିବା ହିଂସାକୁ ନେଇ ନିଜର ମନ୍ତବ୍ୟ ରଖିଛନ୍ତି। ରାକ୍ଷୀଙ୍କ ଏହି ଭିଡିଓ ଖୁବ ଭାଇରାଲ ହେଉଛି। ରାକ୍ଷୀ ଏହି ଭିଡିଓ ସହିତ ଏକ ଲମ୍ବା ପୋଷ୍ଟ ମଧ୍ୟ କରିଛନ୍ତି। ଲୋକମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ମଧ୍ୟ ପହଞ୍ଚାଇବାକୁ ଚାହୁଛନ୍ତି ରାକ୍ଷୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.