Below header

ମାଲକାନଗିରିର ମାଉଲି ଯାତ୍ରାରେ ପୂଜକଙ୍କ ଚାବୁକ ମାଡ଼, ନିଜକୁ କଷ୍ଟ ଦେଇ ମାନସିକ ପୂରଣ କରୁଛନ୍ତି ଶ୍ରଦ୍ଧାଳୁ

ମାଲକାନଗିରି: ମାନସିକ ପୂରଣ ପାଇଁ ଚାବୁକ ମାଡ଼ । ନିଜ ଶରୀରକୁ କଷ୍ଟ ଦେଉଛନ୍ତି ଶ୍ରଦ୍ଧାଳୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି କୋରକୋଣ୍ଡା ଅଞ୍ଚଳରେ । ମାଉଲି ଯାତ୍ରାରେ ମାଙ୍କ ନିକଟରେ ମାନସିକ କରିଥିବା ଶ୍ରଦ୍ଧାଳୁ ନିଜର ମାନସିକ ପୂରଣ ହୋଇଥିବାରୁ ସେମାନେ ପୂଜକଙ୍କଠାରୁ ଚାବୁକ ମାଡ଼ ଖାଉଛନ୍ତି । ଜଣେ ପରେ ଜଣେ ଶ୍ରଦ୍ଦାଳୁ ପୂଜକଙ୍କଠାରୁ ମାଡ଼ ଖାଇ ଚାଲିଛନ୍ତି । ଅଣ୍ଟା ପିଠି ହାତ ଗୋଡରେ ପୂଜକ ଚାବୁକରେ ମାଡ଼ ମାରୁଛନ୍ତି । ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଏହି ବିଶ୍ୱାସ ରହିଛି । ମାଙ୍କ ଯାତ୍ରା ସରିବା ପରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ନିଜକୁ କଷ୍ଟ ହେଉଥିଲେ ମଧ୍ୟ ଏମାନେ ପୂଜକଠାରୁ ଚାବୁକ ମାଡ଼ ଖାଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.