ରିତେଶ ଦେଶମୁଖଙ୍କୁ ‘ଶସ୍ତା ଡିଜେ ସ୍ନେକ୍‌’ କହିଦେଲେ ସୋସିଆଲ ମିଡିଆ ୟୁଜର, କଡ଼ା ଜବାବ ଦେଇ ମୁହଁ ବନ୍ଦ କରିଦେଲେ ଏହି ଅଭିନେତା

ଆକ୍ଟର ରିତେଶ ଦେଶମୁଖ ଏବେ ଏକ ନୂଆ ଲୁକ୍‌ରେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛନ୍ତି। ସେ ନିଜ କେଶକୁ ଛୋଟ ଛୋଟ କରିଦେବା ସହ ଧଳା ରଙ୍ଗରେ ରଙ୍ଗାଇଛନ୍ତି। ତାଙ୍କର ଏହି ନୂଆ ଲୁକ୍‌ ଯଦିଓ ଅଧିକାଂଶ ଫ୍ୟାନ୍‌ଙ୍କୁ ପସନ୍ଦ ଆସିଛି, କିନ୍ତୁ ଜଣେ ସୋସିଆଲ ମିଡିଆ ୟୁଜର ତାଙ୍କୁ ‘ଶସ୍ତା ଡିଜେ ସ୍ନେକ୍‌’ କହି ମଜାକ୍‌ ଉଡ଼ାଇଛନ୍ତି। ଏହାପରେ ରିତେଶ କଡ଼ା ଜବାବ ଦେଇ ତାଙ୍କ ମୁହଁ ବନ୍ଦ କରିଦେଇଛନ୍ତି।

d2

ରିତେଶ ନିଜ ଉତ୍ତରରେ କହିଥିଲେ ଯେ ‘ଭାଇ ମୁଁ ଶସ୍ତା ନୁହେଁ…ନାଗ ପଞ୍ଚମୀ ଦିନ ବୁକ୍‌ କରିନିଅନ୍ତୁ, ମୁଁ ଫ୍ରିରେ ଆସିବି’। ରିତେଶଙ୍କ ଉତ୍ତର ଶୁଣି ୟୁଜର ଜଣକ ଲଜ୍ଜା ଅନୁଭବ କରି ନିଜ ଟୁଇଟ୍‌କୁ ଡିଲେଟ୍‌ କରିଦେଇଥିଲେ।

ତେବେ ୟୁଜର ଜଣକ ରିତେଶଙ୍କ ତୁଳନା ଡିଜେ ସ୍ନେକ୍‌ଙ୍କ ସହିତ ଏଥିପାଇଁ କରିଥିଲେ, କାରଣ, ତାଙ୍କ ନୂଆ ଲୁକ୍‌ ଫ୍ରାନ୍ସର ଏହି ଷ୍ଟାର୍‌ଙ୍କ ସହିତ ପୂରା ମିଶିଯାଉଥିଲା। ରିତେଶ ନିଜ ନୂଆ ଲୁକ୍‌ର ଫଟୋ ମଧ୍ୟ ନିକଟରେ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ଏଥିରେ ସେ କ୍ୟାପସନ ଲେଖିଥିଲେ ଯେ ‘ଅନ୍ଦର କା ବାଗୀ’। ରିତେଶ ନୂଆ ଲୁକ୍‌ର ଫଟୋ ସହ ନିଜ ନୂଆ ଫିଲ୍ମ ‘ବାଗୀ ୩’ର ପ୍ରମୋଶନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.