Below header

ସରୁନି ରାକ୍ଷୀଙ୍କ ଡ୍ରାମା, ପୁଣି ଶେୟାର କଲେ ଟପ୍‌ଲେସ୍‌ ଭିଡିଓ, ସୋସିଆଲ ମିଡିଆରେ ହେଲା ଭାଇରାଲ

ବଲିଉଡ୍‌ର ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ଵନ୍ତ ଏବେ ନିଜ ଫଟୋ ଏବଂ ବୋଲ୍ଡ ଭିଡିଓ ପାଇଁ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ରାକ୍ଷୀ କିଛି ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ସେ ଟେପ୍‌ଲେସ୍‌ ନଜର ଆସୁଛନ୍ତି। ତେବେ ଫ୍ୟାନ୍ସଙ୍କୁ ଏହି ଭିଡିଓ ଖୁବ୍‌ ପସନ୍ଦ ଆସୁଛି। ରାକ୍ଷୀ ଶେୟାର କରିଥିବା ମୋଟ ୫ଟି ଭିଡିଓରେ ହଜାର ହଜାର ସଂଖ୍ୟାରେ ଲାଇକ୍‌ ମିଳିଛି।

 

View this post on Instagram

 

A post shared by Rakhi Sawant (@rakhisawant2511) on

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ସେ ଏକ ଗୀତରେ ଆକ୍ଟ କରୁଥିବା ଦେଖିବାକୁ ମିଳୁଛି। ସମସ୍ତ ୫ଟି ଯାକ ଭିଡିଓ ଟିକ୍‌ଟକ୍‌ ଭିଡିଓ ବୋଲି ଜଣାପଡ଼ୁଛି। ସବୁଥିରେ ରାକ୍ଷୀ ଟପ୍‌ଲେସ୍‌ ଅଛନ୍ତି ଏବଂ ନିଜକୁ ଏକ କମ୍ବଳରେ ଘୋଡ଼ାଇ ରଖିଛନ୍ତି।

ଏହାସହ ପଢ଼ନ୍ତୁ: ସୁଇମିଂପୁଲରେ ହଟ୍‌ ଅନ୍ଦାଜରେ ନଜର ଆସିଲେ ଆଲିଆ ଭଟ୍ଟ, ଭାଇରାଲ ହେଉଛି ଫଟୋ

 

View this post on Instagram

 

A post shared by Rakhi Sawant (@rakhisawant2511) on

ରାକ୍ଷୀଙ୍କ ଏଭଳି ଅନ୍ଦାଜ ଦେଖି ୟୁଜରମାନେ ଧୁମ୍‌ କମେଣ୍ଟସ୍‌ ଦେଇଛନ୍ତି। କିଛି ୟୁଜର କହିଛନ୍ତି, ‘ଆପଣ କ’ଣ ଏହି ଗୀତ ନିଜ ସ୍ୱାମୀଙ୍କ ପାଇଁ ଗାଉଛନ୍ତି’? କିନ୍ତୁ ଏଥିରେ ରାକ୍ଷୀଙ୍କର କୌଣସି ପ୍ରତିକ୍ରିୟା ଆସିନି। ଏପରି କି, ସେ କ୍ୟାପସନରେ ନିଜ ସ୍ୱାମୀଙ୍କ ବିଷୟରେ କିଛି ଲେଖିନାହାନ୍ତି। ତେବେ ସବୁଥର ଭଳି ଏଥର ବି ତାଙ୍କ ଫ୍ୟାନ୍‌ମାନେ ରାକ୍ଷୀଙ୍କ ସ୍ୱାମୀ ବିଷୟରେ ଜାଣିବାକୁ ବହୁତ ଉତ୍ସୁକ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.