ମଡର୍ଣ୍ଣ ଡ୍ରେସ ପିନ୍ଧିବାର ସଉକ ନେଲା ଯୁବତୀଙ୍କ ଜୀବନ, ପୂରା ମାମଲା କରିଦେବ ଆପଣଙ୍କୁ ଆଶ୍ଚର୍ଯ୍ୟ

ମଣିଷର ଇଚ୍ଛା ତାକୁ କିଛି ବି କରିବାକୁ ବାଧ୍ୟ କରିଥାଏ। ମଣିଷ ମନରେ କିଛି ଜିନିଷକୁ ଆଶା କରି ତାହାକୁ ପୂରଣ କରିବାକୁ ଆପ୍ରାଣ ଉଦ୍ୟମ କରିଥାଏ। କିନ୍ତୁ ବେଳେ ବେଳେ ସମାଜର ଭୟ ଯୋଗୁଁ ବ୍ୟକ୍ତି ନିଜ ଇଚ୍ଛାକୁ ପୂରଣ କରିପାରିନଥାଏ। ଏପରି ନିଜର ଇଚ୍ଛାକୁ ପୂରଣ ନ କରିବାରୁ ଜଣେ ଯୁବତୀ ଆତ୍ମହତ୍ୟା ଭଳି ବାଟ ଆପଣାଇଛନ୍ତି। ଏଥିପାଇଁ ଉତ୍ତର ପ୍ରଦେଶର ବିଜନୋର ଜିଲ୍ଲାର ଜଣେ ଯୁବତୀ ନିଜର ପୋଷାକ ପିନ୍ଧିବା ଇଚ୍ଛା ପାଇଁ ଆତ୍ମହତ୍ୟା କରିଛନ୍ତି।

ଏହାସହ ପଢ଼ନ୍ତୁ ; ସ୍ୱାମୀଙ୍କ ଅବୈଧ ସମ୍ପର୍କକୁ ସହିପାରିଲେନି ପତ୍ନୀ, ପ୍ରେମିକା ଏବଂ ତାଙ୍କ ପୁଅକୁ ଜାଳିଦେଲେ ଜିଅନ୍ତା

ଖବର ମୁତାବକ, ନନ୍ଦିନୀ ନାମକ ଜଣେ ଯୁବତୀଙ୍କ ଘର ମଲକପୁର ଗାଁରେ। ନନ୍ଦିନୀ ତିନି ଭଉଣୀ ମଧ୍ୟରେ ସବୁଠାରୁ ଛୋଟ। ତିନି ଜଣ ଯାକ ଗାଁରେ ସିଲେଇ କାମ କରନ୍ତି। ନନ୍ଦିନୀ କିନ୍ତୁ ଛୋଟ ବେଳରୁ ମଡର୍ଣ୍ଣ ଏବଂ ଫ୍ୟାଶନବଲ ଡ୍ରେସ ପିନ୍ଧିବାର ଇଚ୍ଛା ରହିଥିଲା। କିନ୍ତୁ ତାଙ୍କ ଘର ଗାଁରେ ହୋଇଥିବା ଯୋଗୁଁ ଏପରି ଡ୍ରେସ ପିନ୍ଧିପାରନ୍ତି ନାହିଁ। କିନ୍ତୁ ଇଚ୍ଛା ହେବା ବେଳେ ସେ ଏପରି ମଡର୍ଣ୍ଣ ଡ୍ରେସ ପିନ୍ଧିଦିଅନ୍ତି। କିନ୍ତୁ ଗାଁର କିଛି ଲୋକଙ୍କୁ ଏହା ପସନ୍ଦ ଆସିନଥିଲା। ସେମାନେ ଯାଇ ନନ୍ଦିନୀଙ୍କ ବଡ ଭଉଣୀଙ୍କୁ ଅଭିଯୋଗ କରିଲେ। ଯାହାକୁ ନେଇ ନନ୍ଦିନୀ ଏବଂ ତାଙ୍କ ବଡ ଭଉଣୀଙ୍କ ମଧ୍ୟରେ ଝଗଡା ଲାଗିଥିଲା। ଯାହାକୁ ନେଇ ନନ୍ଦିନୀ ବିଷ ଖାଇ ଦେଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଘଟଣାର ତଦନ୍ତ ଚଳାଇଛି। ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ମାମଲା ଦାଏର ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.