Below header

ବାଇକ୍ ପଡିଯିବାରୁ ଯୁବକ-ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ, ଦେଖନ୍ତୁ ଭିଡିଓ କେମିତି ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ପିଟିଲେ ଦୁର୍ବୁତ

ଥାନେ: ମଣିଷର ରାଗ ବ୍ରହ୍ମଚଣ୍ଡାଳ । ଯାହାର ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ର ଥାନେର ଉଲ୍ଲାସନଗରରେ । ଏକ ବାଇକ୍ ଉପରେ ଭରା ଦେଇ ଠିଆ ହେବା ଯୁବକଙ୍କୁ ମହଙ୍ଗା ପଡିଛି । ବାଇକଟି ପଡିଯିବା କାରଣରୁ ଗାଡିର ମାଲିକ ଯୁବକଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁ ଘଟଣାର ଭିଜୁଆଲ ପାଖରେ ଥିବା ଏକ ସିସିଟିଭିରେ ରେକର୍ଡ ହୋଇଛି ।

ଭିଡିଓଟିରେ ପାଖାପାଖି ୭ରୁ୮ ଜଣ ଲୋକ ଜଣେ ଯୁବକ ଏବଂ ତାଙ୍କ ସାଥିରେ ଥିବା ଜଣେ ଯୁବତୀଙ୍କୁ ବିଚ୍ ରାସ୍ତାରେ ନିର୍ଦ୍ଧୁମ ମାଡ ମାରୁଛନ୍ତି।
ଏହି ଘଟଣାଟି ଉଲ୍ଲାସନଗର କ୍ୟାମ୍ପ ନମ୍ବର ୩ ନିମଲ ବାର ସମ୍ମୁଖରେ ଘଟିଥିବା ବେଳେ ଦୁଃଖରେ କଥା ସେଠାରେ ଅନେକ ଲୋକ ଉପସ୍ଥିତ ଥିବାବେଳେ କେହିବି ଯୁବକ ଏବଂ ଯୁବତୀଙ୍କୁ ଉଦ୍ଧାର କରିବାକୁ ଯାଇନଥିଲେ । ସମସ୍ତେ ଏକ ପ୍ରକାରର ଦେଖଣାହାରୀ ପାଲଟିଥିଲେ।

ଦେଖନ୍ତୁ ଭିଡିଓ:

video courtesy: aajtak.in

ସାମାନ୍ୟ ଗାଡିଟି ପଡିଯିବା କାରଣରୁ ଏଭଳି କାଣ୍ଡ ଭିଆଇଥିଲେ ଦୁର୍ବୁତ୍ତମାନେ । ଉଭୟ ଯୁବକ ଏବଂ ଯୁବତୀଙ୍କୁ କାଠ ଫାଳିଆ ଏବଂ ମାରଣାସ୍ତ୍ରରେ ଘାତକ ପ୍ରହାର ପକାଇ ଚାଲିଥିଲେ । ତେବେ ଏହି ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିବାବେଳେ ଏଥିରେ ସାମିଲଥିବା ସମସ୍ତ ଦୁର୍ବୁତ ମାନଙ୍କ ବିରୋଧରେ ପୋଲିସ୍ ମାମଲା ରୁଜୁ କରି ଛାନବିନ୍ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.