Below header

ଦେଶର ଜଣେ ନାମୀ ଡାକ୍ତର ମାତ୍ର ୫୦୦ ଟଙ୍କାରେ ନିର୍ମାଣ କଲେ ଏୟାର ପ୍ୟୁରି ଫାୟାର, ଜାଣନ୍ତୁ ଏହାର ଉପକାରିତା

ଦୀପାବଳି ପରେ ପରେ ଦିଲ୍ଲୀ ତଥା ଏହାର ଆଖପାଖ ଅଞ୍ଚଳର ବାୟୁ ପ୍ରଦୂଷଣ କଥା ତ ନ କହିବା ଭଲ । ବାଣ ଫୁଟିବା, ଦିଲ୍ଲୀର ପାଖ ରାଜ୍ୟ ଗୁଡିକରେ ଶସ୍ୟ ପରର ଅବଶିଷ୍ଟ ଭାଗକୁ ଜାଳିବା, ଅତ୍ୟଧିକ କଳ କାରଖାନା, ତଥା ବହୁ ପରିମାଣରେ ଗାଡି ଚାଳନାକୁ ହିଁ ମୁଖ୍ୟ ରୂପରେ ଏଥିପାଇଁ ଦାୟୀ କରାଯାଏ । ଖାଲି ଦିଲ୍ଲୀ କାହିଁକି ପୁରା ଏନସିଆର ଅଞ୍ଚଳ ଏହି ଘୋର ବାୟୁ ପ୍ରଦୂଷଣ ଦ୍ୱାରା ପ୍ରଭାବିତ । ଏହା ଦ୍ୱାରା କେବଳଯେ ଘର ବାହାର ନୁହେଁ ଘର ଭିତର ବାୟୁ ମଧ୍ୟ ବେଶ ପ୍ରଦୂଷିତ ହେଉଛି । ଏହାର କୁପ୍ରଭାବ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଅତି ଭୟାନକ ଭାବରେ ପଡୁଛି । ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି ଶ୍ୱାସ ଓ ହୃଦରୋଗୀ ମାନେ । ଏହାକୁ ଦୃଷ୍ଟିରେ ରଖି ଉତ୍ତର ଭାରତର ଜଣେ ଡାକ୍ତର ଡ଼. କେ କେ ଅଗ୍ରୱାଲ ଏକ ଏୟାର ପ୍ୟୁରିଫାୟାର ତିଆରି କରିଛନ୍ତି ।

air purifire

 

ଏହାକୁ ସେ ନିଜ ହାତରେ କରିଥିବା ବେଳେ ଏଥିପାଇଁ ଖର୍ଚ୍ଚ ହୋଇଛି ମାତ୍ର ୫୦୦ ଟଙ୍କା । ପୁରୁଣା କାଗଜ, ଟେପ, ଏକ୍ଜାଷ୍ଟେଡ଼ ଫ୍ୟାନ ଓ .୩ ଫିଲ୍ଟର ଭଳି ଉପକରଣ ଗୁଡିକର ପ୍ରୟୋଗ କରି ସେ ଏହି ପ୍ୟୁରିଫାୟାର ଟିକୁ ନିର୍ମାଣ କରିଛନ୍ତି । ଡ଼. ଅଗ୍ରୱାଲଙ୍କ ଅନୁଯାୟୀ ଏହି ହାତ ଗଢା ଏୟାର ପ୍ୟୁରିଫାୟରଟି ବଜାରରେ ମିଳୁଥିବା ପ୍ୟୁରିଫାୟାର ପରି ହିଁ ଅନୁରୂପ ଭାବେ କାର୍ଯ୍ୟ କରିବ । ମୁଖ୍ୟ ରୂପରେ ଘର ଭିତରର ବାୟୁକୁ ଶୋଧନ କରିବ । ଡ଼. ଅଗ୍ରୱାଲ କହିଛନ୍ତିକି ବଢୁଥିବା ପ୍ରଦୂଷଣରେ କେବଳ ମାସ୍କ ଲଗାଇ ବୁଲିଲେ ସେପରି କୌଣସି ଫାଇଦା ହେବ ନାହିଁ । ବିଷ ବାୟୁରୁଯେ ଆମେ ଶତ ପ୍ରତିଶତ ରକ୍ଷା ପାଇଯିବା ତାର ବି କିଛି ମାନେ ନାହିଁ । ଏଥି ପାଇଁ ବାୟୁର ଗୁଣବତ୍ତାକୁ ବଢାଇବା ନିହାତି ଆବଶ୍ୟକ । ଏହି ପରି ହାତ ତିଆରି ପ୍ୟୁରିଫାୟାରର ଉପଯୋଗ ଯେ କେହି ନିଜ ଘରେ ବେଶ ଆରାମରେ କରିପାରିବେ ।

ଡ଼. ଅଗ୍ରୱାଲଙ୍କ ଅନୁଯାୟୀ ଏହାର ନିର୍ମାଣ କୌଶଳ ଯେତିକି ସହଜ ଏହାର ବ୍ୟବହାର ମଧ୍ୟ ସେତିକି ସହଜ । ବହୁ ଗରିବ ଲୋକ ଅଧିକ ଦାମ ଦେଇ ବଜାରରେ ମିଳୁଥିବା ପ୍ୟୁରି ଫାୟାର କିଣିବାକୁ ସଂକୋଚ କରିଥାନ୍ତି ବା ପ୍ରାୟତ କିଣି ନଥାନ୍ତି । କିନ୍ତୁ ମାତ୍ର ୫୦୦ ଟଙ୍କା ବ୍ୟୟରେ ଏହି ଉପକରଣ ଟିକୁ ଯେ କେହି ନିଜ ଘରେ ପ୍ରସ୍ତୁତ କରି ବ୍ୟବହାର କରିପାରିବ ।

ଏହା ସହ ପଢନ୍ତୁ: ଦୁନିଆର ସବୁଠାରୁ ଦାମୀ ଦୁଲ୍ହନ୍‌ , କିନ୍ତୁ ସତ୍ୟତା କିଛି ଅଲଗା

କିନ୍ତୁ ଏହାର ବ୍ୟବହାର ସମୟରେ କେତେକ ଦିଗ ପ୍ରତି ବିଶେଷ ଦୃଷ୍ଟି ଦେବା ଦରକାର:

୧. ଏଥିରେ ଥିବା .୩ ଫିଲ୍ଟରକୁ ବାରମ୍ବାର ବଦଳାଇବାକୁ ପଡିବ । ଏହି ଉପକରଣ ଟିରେ ଏହା ହିଁ ଏକ ମାତ୍ର ଜିନିଷ ଯାହାକୁ ବଜାରରୁ କିଣା ଯାଇଥାଏ ।

୨. ଏଥିରେ ଧୂଳି ଓ କଣିକା ମାନ ଜମାହେଉଥିବା ନଜର ଆସିବା କ୍ଷଣି ଏହାକୁ ବଦଳାଇବା ଆବଶ୍ୟକ ।

୩. କାଗଜ ବା କାର୍ଡ ବୋର୍ଡ ଡବାରେ ଏକ୍ଜାଷ୍ଟେଡ଼ ଫ୍ୟାନ ଲଗାଯିବା ପରେ ଏହାର ଆଗରେ ଓ ପଛରେ ବାୟୁ ଚଳାଚଳ ପାଇଁ ବାଟ ରଖିବା ନିହାତି ଆବଶ୍ୟକ । ଗୋଟେ ପଟରେ .୩ ଫିଲ୍ଟର ଲଗାଉଥିବା ବେଳେ ଅନ୍ୟ ପଟ ଟିକୁ ଖୋଲା ଛାଡି ଦିଅନ୍ତୁ ।

ଡ଼. ଅଗ୍ରୱାଲ ଆହୁରି ମଧ୍ୟ କହିଛନ୍ତିକି ଏହି ଉପକରଣଟିକୁ ସ୍କୁଲ ପିଲା ମାନଙ୍କ ପାଇଁ ସ୍କୁଲରେ ଏକ ମଡେଲ ଭାବେ ରଖିବା ଉଚିତ । ଯାହା ସାହାଯ୍ୟରେ ଏମାନେ କିଛି ଶିଖିପାରିବା ସହ ନିଜ ତରଫରୁ ମଧ୍ୟ ନୂଆ ନୂଆ କୌଶଳ ଆବିଷ୍କାର କରି ଏଥିରେ ଖଞ୍ଜି ପାରିବେ । ଡ଼. ଅଗ୍ରୱାଲ ଏହାକୁ ନିର୍ମାଣ କରିବାର କୌଶଳ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତାଙ୍କ ଅନୁଯାୟୀ ପ୍ରତି ବର୍ଗର ଲୋକେ ଏହାକୁ ନିଜ ଘରେ ପ୍ରସ୍ତୁତ କରି ବ୍ୟବହାର କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.