ସୁଟିଂ ସେଟ୍ ରେ କଣ ଦେଖି ଧକ୍ ଧକ୍ ଗର୍ଲ, ଅନିଲଙ୍କ ଠାରୁ ଚାଲି ଯାଇଥିଲେ ଦୂର, ଜାଣନ୍ତୁ ..

ମୁମ୍ବାଇ : ୬୨ବର୍ଷରେ ପାଦ ଥାପିଲେ ବଲିଉଡ ସୁପରଷ୍ଟାର ଅଭିନେତା ଅନୀଲ କପୁର। ୪ଦଶକରୁ ବଲିଉଡରେ ସକ୍ରିୟ ରହିଥିବା ଅଭିନେତା ଅନୀଲ ପୂର୍ବ ଭଳି ଆଜି ବି ଫ୍ରେଶ ଓ କୁଲ୍ ଅଛନ୍ତି। ତାଙ୍କର ୟଙ୍ଗନେସ୍ ଓ ଆକ୍ଟିଭନେସକୁ ନେଇ ଆଜି ବି ବଲିଉଡରେ ଚର୍ଚ୍ଚା କରାଯାଇଥାଏ। ତେବେ ବଲିଉଡରେ ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦିକ୍ଷୀତଙ୍କ ସହ ଅନୀଲଙ୍କ ଯୋଡି ବେଶ ଜମିଥିଲା । ଅନେକ ଫିଲ୍ମରେ ଏକାଠି ଏହି ଯୋଡି କାମ କରିଛନ୍ତି । କିନ୍ତୁ ଗୋଟିଏ ଫିଲ୍ମରେ ମାଧୁରୀ ଅନିଲଙ୍କ ନିକଟରୁ ହୋଇଥିଲେ ଦୂର ।
ଏପରିକି ଦୁହିଁଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସଂପର୍କ। କିନ୍ତୁ ସେଟରେ ମାଧୁରୀ ଅନେକ ଥର ଅନିଲଙ୍କୁ ତାଙ୍କ ପତ୍ନୀ ଏବଂ ସନ୍ତାନଙ୍କ ସହ ଖୁସିରେ ସମୟ ବିତାଉଥିବାର ଦେଖିଥିଲେ। ଯାହାପରେ ସେ ଖୋଦ୍ ଅନିଲଙ୍କ ଠାରୁ ନିଜକୁ ଦୂର କରିଦେଇଥିଲେ। ସେହି ସମୟରେ ଏମାନଙ୍କ ପ୍ରେମ ସଂପର୍କକୁ ନେଇ ବଲିଉଡରେ କାଫି ଚର୍ଚ୍ଚା ମଧ୍ୟ ହୋଇଥିଲା ।
୧୯୫୬ ମସିହା ଡିସେମ୍ବର ୨୪ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ଅନେକ ହିଟ୍ ଓ ସୁପରହିଟ୍ ସିନେମା ଦର୍ଶକଙ୍କୁ ଭେଟି ଦେଇଛନ୍ତି ଅନିଲ। ୮୦ଦଶକରେ ଟପୋରି ଇମେଜକୁ ବଲିଉଡରେ ପରିଚିତ କରାଇବାରେ ତାଙ୍କର ଭୂମିକା ଉଲ୍ଲେଖନୀୟ ।କ୍ୟାରିୟରର ଆରମ୍ଭରୁ ସେ ଏଭଳି ଚରିତ୍ରରେ ଅଭିନୟ କରଥିଲେ । ଆକ୍ସନ ଠୁ ନେଇ ରୋମାନ୍ସ, କମେଡି ସବୁ ଚରିତ୍ରରେ ସେ ଫିଟ୍ ବସିଛନ୍ତି । ମିଷ୍ଟର ଇଣ୍ଡିଆ, ଲମହେ,ଲାଡଲା, ଜୁଦାଇ,ରୁପ କି ରାନି ଚୋଁରୋ କା ରାଜା ଭଳି ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି ବଲିଉଡର ଲାଡଲା ଅନୀଲ କପୁର ।