Below header

ବିଶ୍ବ ରେକର୍ଡ଼ କଲେ ଗୁଜୁରାତର ନିଲାନ୍ସି, ୫ ଫୁଟ୍ ୭ ଇଞ୍ଚ ରହିଛି କେଶର ଲମ୍ବ

ଦଶ ବର୍ଷ ପୂର୍ବେ ଗୋଟିଏ ଖରାପ କେଶ କଟାରୁ କ୍ରେଧିତ ହୋଇ ଗୁଜୁରାତର ନିଲାନ୍ସି ପଟେଲ କେଶ ନକାଟିବା ପାଇଁ ନିର୍ଣ୍ଣୟ ନେଇଥିଲେ। ତାଙ୍କର ସେହି ନିର୍ଣ୍ଣୟ ଆଜି ତାଙ୍କୁ ବିଶ୍ବ ରେକର୍ଡ଼ର ଭାଗିଦାର କରିଛି। ୧୬ ବର୍ଷର ନିଲାନ୍ସି ୫ ଫୁଟ୍ ୭ ଇଞ୍ଚ କେଶ ରଖି ସବୁଠାରୁ ଲମ୍ବା କେଶ ରଖିଥିବା ଟିନଏଞ୍ଜର ଭାବେ ଗ୍ରୀନିଜ୍ ଓ୍ବାଲ୍ଡ ରେକର୍ଡ଼ ସ୍ଥାପନ କରିଛନ୍ତି।

Nilanshi-Patel

ନିଲାନ୍ସି ତାଙ୍କର ଏହି ପୁରସ୍କାର ବିଷୟରେ କହିଛନ୍ତି, ”ମୁଁ କେଶ କାଟି ଥିଲି ଏବଂ ସେ ବହୁତ ଖରାପ କେଶ କାଟିଥିଲେ ମୋର। ସେ ସମୟରେ ମୁଁ ୬ବର୍ଷର ଥିଲି ଏବଂ ସେବେଠାରୁ ମୁଁ କେଶ ବିଲକୁଲ ନକାଟିବା ନିର୍ଣ୍ଣୟ ନେଇଥିଲି”। ଯାହାର ପରିଣାମ ଆଜିର ତାଙ୍କୁ ତାଙ୍କ ସାଙ୍ଗ ମାନେ ରିପୁଞ୍ଜଲ ବୋଲି ମଧ୍ୟ ଡ଼ାକିଥାନ୍ତି।

_nilanshi-patel

ନିଲାନ୍ସି ତାଙ୍କ କେଶକୁ ସପ୍ତାହକୁ ଥରେ ଧୋଇବା ସହ ତାହାକୁ ବାନ୍ଧିବା ଏବଂ ଯତ୍ନ ନେବାରେ ତାଙ୍କୁ ମାଁ ସାହାଯ୍ୟ କରନ୍ତି। ପ୍ରାୟ ସମସ୍ତଙ୍କୁ ଲାଗେ ମୁଁ ମୋ କେଶ ପାଇଁ ବହୁତ ହଇରାଣ ହେଉଥିବି କିନ୍ତୁ ମୋର କିଛି ଅସୁବିଧା ହୁଏ ନାହିଁ। ମୁଁ ସମସ୍ତ ପ୍ରକାରର ଖେଳ ଖେଳିବା ସହ ଅନ୍ୟନ୍ୟା ସମସ୍ତ ଜିନିଷ ମଧ୍ୟ ସହଜରେ କରିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.