ଦ୍ରୌପଦୀଙ୍କ ଏହି ୪ କଥାକୁ ପ୍ରତ୍ୟେକ ସ୍ତ୍ରୀ ମାନିବା ଉଚିତ୍, ନଚେତ୍ ପଢନ୍ତୁ କଣ ହେବ

ମହାଭାରତର ସବୁଠାରୁ ସୁନ୍ଦର ଏବଂ ରହସ୍ୟମୟୀ ମହିଳା ଥିଲେ ଦ୍ରୌପଦୀ । ପାଞ୍ଚ ପତିଙ୍କ ସତ୍ବେ ଦ୍ରୌପଦୀଙ୍କୁ ସତୀ, ସଂସାରର ଶ୍ରେଷ୍ଠତମ ଚରିତ୍ର ଏବଂ ଗୁଣ ଥିବା ମହିଳା ବୋଲି ଗଣାଯାଏ । ସଂସାରର ସମସ୍ତ ନାରୀଙ୍କୁ ୪ଟି ମହତ୍ବପୂର୍ଣ୍ଣ କଥା କହିଛନ୍ତି ଦ୍ରୌପଦୀ ।

– ଦ୍ରୌପଦୀ କହିଛନ୍ତି ସ୍ତ୍ରୀ ମାନଙ୍କୁ କେବେ ଛୋଟ ଚିନ୍ତାଧାରା ରଖିବା ଉଚିତ୍ ନୁହେଁ । ନଚେତ୍ ଘରେ ଉତ୍ତମ ବାତାବରଣ ରହିବ ନାହିଁ । ଉଭୟ ପରିବାରର ସଦସ୍ୟଙ୍କୁ ସମାନ ବ୍ୟବହାର କରିବା ଉଚିତ୍ । ଯଦି ସାମ୍ନା ଲୋକ ଭୁଲ୍ ଅଛି ତଥାପି ନିଜ ବ୍ୟବହାରରେ ପରିବର୍ତ୍ତନ ଆଣନ୍ତୁ ନାହିଁ । କିନ୍ତୁ ସ୍ବାଭିମାନ୍ ସହ ସାଲିସ୍ କରନ୍ତୁ ନାହିଁ ।

– ଜଣେ ଭଲ ଏବଂ ସଚ୍ଚୋଟ ସ୍ତ୍ରୀକୁ ସର୍ବଦା ଖରାପ ସ୍ତ୍ରୀଠୁ ଦୂରତା ରଖିବା ଉଚିତ୍ । ନା କେବଳ ଖରାପ ପୁରୁଷ ବରଂ ଖଳ ପ୍ରକୃତିର ସ୍ତ୍ରୀଙ୍କଠାରୁ ମଧ୍ୟ ଦୂରତା ରଖନ୍ତୁ । ଏଭଳି ନାରୀ ନିଜ ଆଚରଣରେ ଅନ୍ୟମାନଙ୍କ ଘର ନଷ୍ଟ କରିଦିଅନ୍ତି ।

– ଦ୍ରୌପଦୀ ସନ୍ଦେଶ ଦେଇଛନ୍ତି ଜଣେ ସ୍ତ୍ରୀ ପାଇଁ ତାର ସ୍ବାମୀ ହିଁ ସବୁକିଛି । ତେଣୁ ପ୍ରତିକୂଳ ପରିସ୍ଥିତିରେ ଡରନ୍ତୁ ନାହିଁ । ସର୍ବଦା ସ୍ବାମୀଙ୍କ ସହ ପାଦ ମିଳାଇ ଚାଲନ୍ତୁ । ସର୍ବଦା ନିଜ ସ୍ବାମୀର ଆଦର ଏବଂ ସମ୍ମାନ କରିବା ଉଚିତ୍ । ଏହା ସହ ସ୍ବାମୀଙ୍କ ସମସ୍ତ ଆଜ୍ଞା ପାଳନ କରିବା ଉଚିତ୍ ।

– ନିଜ ଘରେ ହେଉଥିବା କୌଣସି କଳହ ଏବଂ ଝଗଡାକୁ ବାହର ଲୋକଙ୍କୁ କହିବା ଅନୁଚିତ୍ । ଏପରି କଲେ ଘରର ଭେଦ ଅନ୍ୟମାନଙ୍କୁ ଜଣା ପଡିଯିବ । ଯାହା ଫଳରେ ଶତ୍ରୁମାନେ ଏହାର ଫାଇଦା ଉଠାଇବାକୁ ସହଜ ହେବ । ତେଣୁ ଘର କଥା ସବୁବେଳେ ଘରେ ହିଁ ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.