Below header

ହୀରାପୁରରେ ଦ୍ୱାଦଶ ଚଉଷଠୀ ଯୋଗିନୀ ମହୋତ୍ସବ ! କଥକ,ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ହୀରାପୁରଠାରେ ଦ୍ୱାଦଶ ଚଉଷଠୀ ଯୋଗିନୀ ମହୋତ୍ସବ ଉଦ୍‌ଘାଟିତ ହୋଇଛି। ଜାମସେଦପୁରର କଳାକାରଙ୍କ କଥକ ନୃତ୍ୟ, ବାଲେଶ୍ୱର ଦୟାଲ ସଙ୍ଗୀତ ଏକାଡେମୀର କଳାକାରଙ୍କ ସମ୍ବଲପୁରୀ ନୃତ୍ୟରେ ଝୁମିଥିଲେ ଦର୍ଶକ।

ଉଦ୍‌ଘାଟନୀ ସଂଧ୍ୟାର ଦ୍ୱିତୀୟ ପର୍ଯ୍ୟାୟରେ ପରିବେଷିତ ହୋଇଥିଲା ଜାମସେଦପୁରର ନୃତ୍ୟାଙ୍ଗନା ଅନୁଷ୍ଠାନର କଳାକାରଙ୍କ କଥକ ନୃତ୍ୟ। ଗୁରୁ ପଣ୍ଡିତ ସନ୍ଦିପ ବୋଷ ଓ ସାଥୀ କଳାକାରମାନେ ଦେବୀଙ୍କ ଉପରେ ଆଧାରିତ ନୃତ୍ୟକୁ ପରିବେଷଣ କରିଥିଲେ। ଶେଷରେ ବାଲେଶ୍ୱର ଦୟାଲ ସଙ୍ଗୀତ ଏକାଡେମୀର କଳାକାରମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ଆଜି ଦ୍ୱିତୀୟ ସଂଧ୍ୟାରେ ଗୋଟିପୁଅ ନୃତ୍ୟ ସାଙ୍ଗକୁ ମଧ୍ୟପ୍ରଦେଶର ବଧାଇ ନୃତ୍ୟ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.